ETV Bharat / sports

3ୟ ଟି-20: ସିରିଜ କବଜା ଲକ୍ଷ୍ୟରେ ଭାରତ - ବେଙ୍ଗାଲୁରୁ

ପ୍ରଥମ ମ୍ୟାଚ ଧୋଇ ଯିବା ପରେ 2ୟ ମ୍ୟାଚ ଉପରେ ସହଜ ବିଜୟ ଆଉ ଏବେ 3ୟ ତଥା ଅନ୍ତମ ଟି-20 ଉପରେ ବିରାଟ ଆଣ୍ଡ ୟଙ୍ଗ କୋ' ର ଆଖି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 22, 2019, 7:01 AM IST

ବେଙ୍ଗାଲୁରୁ: ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ଭାରତ । ବିଜୟରୁ ଘରୋଇ ସିଜନର ଆରମ୍ଭ ସରିଛି । ଏବେ ନଜର ସିରିଜକୁ କବଜା କରିବା । ପ୍ରଥମ ମ୍ୟାଚ ଧୋଇ ଯିବା ପରେ 2ୟ ମ୍ୟାଚ ଉପରେ ସହଜ ବିଜୟ ଆଉ ଏବେ 3ୟ ତଥା ଅନ୍ତମ ଟି-20 ଉପରେ ବିରାଟ ଆଣ୍ଡ ୟଙ୍ଗ କୋ ର ଆଖି । ସେପଟେ ନିଜ ଆଇପିଏଲ ଫ୍ରାଞ୍ଚାଇଜ୍‌ର ଘରୋଇ ପଡିଆରେ ପୁଣିଥରେ ଗର୍ଜିବା ଲକ୍ଷ୍ୟରେ ରନ ମେସିନ ।

ଧର୍ମଶାଳାରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ ବର୍ଷାରେ ଧୋଇଗଲା ପରେ ମୋହାଲି ମ୍ୟାଚ ଉପରେ 7 ୱିକେଟରେ ବିଜୟ ପାଇଥିଲା ବିରାଟ ବାହିନୀ । ଅଧିନାୟକ ବିରାଟ କୋହିଲଙ୍କ ଅପରାଜେୟ 71ରନ ଓ ଦୀପକ ଚହରଙ୍କ ଆଟାକିଂ ବୋଲିଂ ଅତିଥି ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିଥିଲା । ଫଳରେ ଆସନ୍ତାକାଲି ମ୍ୟାଚକୁ ଏତେ ସହଜରେ ଛାଡିବ ନାହିଁ ଡି କକ୍‌ଙ୍କ ଦଳ । ତେବେ ସ୍ଥାନୀୟ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ ରେ ସନ୍ଧ୍ୟା 7ଟାରେ ମ୍ୟାଚ ।

ଅନ୍ୟପଟେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପ ପାଇଁ ଭାରତ ନିଜର ସବୁ ଦିଗକୁ ପରୀକ୍ଷା କରୁଛି । ସେହିପରି ଆସନ୍ତା ଅକ୍ଟୋବର 2 ତାରିଖରୁ ଆରମ୍ଭ ହେବାକୁ ଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ମଧ୍ୟ ଭାରତ ନିଜର ଦମ ଦେଖାଇବାକୁ ପ୍ରସ୍ତୁତ ।

ତେବେ ଯବ ବିଭାଗକୁ ପରଖୁ ଥିବା ଚୟନକର୍ତ୍ତାଙ୍କ ମୁଣ୍ଡାର କାରଣ ସାଜିଛନ୍ତି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ । ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଓ ବ୍ୟାଟିଂ କୋଚ୍‌ ବିନୋଦ ରାଥୋଡଙ୍କ ଚେତାବନି ପରେ ଏବେ ପନ୍ଥଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ଅନ୍ୟପଟେ ମୁଖ୍ୟଚୟନ କର୍ତ୍ତା ଏମଏସକେ ପ୍ରଶାଦ କିନ୍ତୁ ପନ୍ଥଙ୍କୁ ଅଧିକ ସୁଯୋଗ ଦେବାକୁ କହିଛନ୍ତି । ତେବେ 2ୟ ମ୍ୟାଚରେ 150ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ସହଜ ବିଜୟ ପାଇଥିଲେ ବି ପନ୍ଥ ଖରାପ ସର୍ଟ ଖେଳି ସମାଲୋଚଙ୍କ ଟାର୍ଗେଟ ବନିଥିଲେ । ଆଉ ଆସନ୍ତାକାଲି ପୁଣିଥରେ ପନ୍ଥଙ୍କ ପରୀକ୍ଷା ହେବ ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ନୂଆ କ୍ୟାପଟେନ୍ କ୍ବଣ୍ଟନ୍ ଡି’କକ୍‌ଙ୍କୁ ପୁଣିଥରେ ନିଜ ବ୍ୟାଟର କମାଲ ଦେଖାଇବାକୁ ପଡ଼ିବ । ଏହାଛଡ଼ା ଟିମକୁ ଡେଭିଡ୍ ମିଲର୍ ଓ ରୀଜା ହେଣ୍ଡିକ୍ସଙ୍କର ସହଯୋଗର ମଧ୍ୟ ଆବଶ୍ୟକ ରହିଛି । ବୋଲିଂରେ ମଧ୍ୟ ସେଭଳି ସ୍ଥିରତା ଦେଖିବାକୁ ମିଳିନଥିଲା ।

  • ଭାରତrୟ ଦଳ: ବିରାଟ୍ କୋହଲି (କ୍ୟାପ୍ଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୃନାଲ୍ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ଖଲୀଲ ଅହମ୍ମଦ, ଦୀପକ ଚହର୍, ନଭଦୀପ ସାଇନି।
  • ଦକ୍ଷିଣ ଆଫ୍ରିକା ଦଳ: କ୍ବଣ୍ଟିନ୍ ଡି’କକ୍ (କ୍ୟାପ୍ଟେନ୍), ରାସି ଭାନ୍ ଡର୍ ଡୁସେନ୍ (ଭାଇସ୍ କ୍ୟାପଟେନ୍), ତେମ୍ବା ବାଭୁମା, ଜୁନିୟର୍ ଡାଲା, ଜର୍ନ ଫଟ୍ୟୁନ୍, ବିଉରନ୍ ହେଣ୍ଡ୍ରିକ୍ସ, ରୀଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର୍, ଆନରିଚ୍ ନର୍ଟଜେ, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ୍, କାଗିସୋ ରବାଡା, ତାବରେଜ୍ ଶାମସି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.