ETV Bharat / sports

ରନ ମେସିନଙ୍କ 'ରନ ରେକର୍ଡ' ବର୍ଷା, ଦେଖନ୍ତୁ ଭିଡିଓ

ଘରୋଇ ଶୃଙ୍ଖଳାର 2ୟ ଟେଷ୍ଟର 2ୟ ଦିନରେ ରେକର୍ଡ ବର୍ଷା କରିଛନ୍ତି କ୍ୟାପ୍ଟେନ କୋହଲି । ତେବେ ନଜର ପକାନ୍ତୁ କଣ ରହିଛି ଏହି ସବୁ ରେକର୍ଡ ....

author img

By

Published : Oct 11, 2019, 9:58 PM IST

Updated : Oct 14, 2019, 2:22 PM IST

ରନ ମେସିନଙ୍କ 'ରନ ରେକର୍ଡ' ବର୍ଷା

ପୁନେ: ରନ ମେସିନଙ୍କ 'ରନ ରେକର୍ଡ' ବର୍ଷା । ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାର 2ୟ ଟେଷ୍ଟର 2ୟ ଦିନରେ ରେକର୍ଡ ବର୍ଷା କରିଛନ୍ତି କ୍ୟାପ୍ଟେନ କୋହଲି । ତେବେ ନଜର ପକାନ୍ତୁ କଣ ରହିଛି ଏହି ସବୁ ରେକର୍ଡ...

ଘରୋଇ ଶୃଙ୍ଖଳାର 2ୟ ମ୍ୟାଚରେ ବିଶାଳ 254ରନର ପାଳି ଖେଳିଛନ୍ତି ବିରାଟ୍‌ । 2ୟ ଦିନରେ 5 ୱିକେଟ ବିନିମୟରେ ବିଶାଳ 601ରନ ସହ ପ୍ରଥମ ଇଂନିସର ପାଳି ଘୋଷଣା କରି ଭାରତୀୟ ଦଳ ।

  • @250

ଟେଷ୍ଟ କ୍ୟାରିଅରର ସର୍ବଶ୍ରେଷ୍ଠ ଟେଷ୍ଟ ସ୍କୋର 254 ଅପରାଜିତ ରନ କରିଛନ୍ତି କୋହଲି । 5ମ ଭାରତୀୟ ଭାବେ 250 ଟେଷ୍ଟ ରନ କରିଛନ୍ତି ବିରାଟ । ତେବେ ପୂର୍ବରୁ ଏହି କ୍ଲବରେ ସାମିଲ ଅଛନ୍ତି ବିରେନ୍ଦ୍ର ସେହ୍ବାଗ୍‌, କରୁନ ନାଏର, ଭିଭିଏସ୍‌ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ୍‌ । ସେହିପରି ପ୍ରଥମ ଭାରତୀୟ ଅଧିନାୟକ ଭାବେ 250 ଟେଷ୍ଟ ରନ କରିଛନ୍ତି କ୍ୟାପ୍ଟେନ କୋହଲି ।

  • @200

ଆଜିର ଏହି ବିଶାଳ ପାଳି କୋହଲିଙ୍କ 7ମ ଟେଷ୍ଟ ଦ୍ବିଶତକ । ତେବେ ଏହି ଦ୍ବିଶତକ ସହ ସର୍ବାଧିକ ଦ୍ବିଶତକ କରିବା ତାଲିକାରେ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ସଚିନ-ସେହ୍ବାଗ୍‌ । କୋହଲିଙ୍କ ଦ୍ବିଶତକ ସଂଖ୍ୟା 7ଟି ରହିଥିବାବେଳେ ସଚିନ-ସେହ୍ବାଗ୍‌ 6ଟି ଲେଖାଏଁ ଦ୍ବିଶତକ କରିଛନ୍ତି ।

  • @7000

ହ୍ୱାଇଟ କ୍ରିକେଟରେ ଦୃତତମ 7ହଜାର ରନ ପୂରଣ କରିଛନ୍ତି କୋହଲି । ଏମିତି କରିବାରେ 3ୟ ଭାରତୀୟ ଖେଳାଳି ହୋଇଛନ୍ତି କୋହଲି । ପୂର୍ବରୁ ତାଲିକାରେ ସାମଲି ହୋଇସାରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ବାଗ୍‌ । ଟେଷ୍ଟ କ୍ରିକେଟରେ 7ହଜାର ରନ ପୂରଣ କରିବାରେ କୋହିଲଙ୍କୁ 138 ଇଂନିସ ଲାଗିଛି । ସେହିପରି 134 ଇଂନିସରେ ସେହ୍ବାଗଙ୍କୁ ଲାଗିଥିବା ବେଳେ ସଚିନଙ୍କୁ 136ଟି ଇଂନିସ ଲାଗିଛି ।

ରନ ମେସିନଙ୍କ 'ରନ ରେକର୍ଡ' ବର୍ଷା
  • @150+

ସାର ବ୍ରାଡମ୍ୟାନଙ୍କୁ ଟପିଲେ କୋହଲି । ଅଧିନାୟକ ଭାବେ 9ଥର 150+ ଟେଷ୍ଟ ସ୍କୋର କରିଛନ୍ତି ବିରାଟ୍‌ । ଯେତେବେଳେ ସାର ଡନ ବ୍ରାଡମ୍ୟାନ 8ଥର ଅଧିନାୟକ ଭାବେ 150+ ଟେଷ୍ଟ ସ୍କୋର କରିଛନ୍ତି ।

  • କଣ ବଦଳିଲା ବିରାଟଙ୍କ ଟେଷ୍ଟ କ୍ୟାରିଅରରେ

81ଟି ଟେଷ୍ଟ ମ୍ୟାଚ ଖେଳିଥିବା ବିରାଟ ଟେଷ୍ଟ କ୍ୟାରିଅର 26ତମ ଶତକ ହାସଲ କରିଛନ୍ତି । ସେହିପରି କ୍ୟାରିଅରର 69ତମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି କୋହଲି । ଅନ୍ୟପଟେ ଭାରତୀୟ ଅଧିନାୟକ ଭାବେ 19ଟି ଟେଷ୍ଟ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି କୋହଲି । ସେହିପରି 53.13ରୁ 55.11ରେ ପହଞ୍ଚିଛି ଟେଷ୍ଟ ଆଭରେଜ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 14, 2019, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.