ETV Bharat / sports

ଭାରତ ବନାମ ଦକ୍ଷିଣ ଆଫ୍ରିକା: ସିରିଜ ସିଲ ଲକ୍ଷ୍ୟରେ ବିରାଟ ବାହିନୀ

ଗୁରୁବାର ପୁଣେ ଠାରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଭାରତ ସିରିଜ ଜିତିବା ଲକ୍ଷରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ସିରିଜରେ ନିଜର ଅସ୍ଥିତ୍ବ ବଜାୟ ରଖିବାକୁ ଖେଳିବ ଏହି ମ୍ୟାଚ । ଏହି ମ୍ୟାଚ ଜିତିବା ସହ ଭାରତ ହେବ ଆଉ ଏକ ରେକର୍ଡର ଅଧିକାରୀ । ଅଧିକ ପଢ଼ନ୍ତୁ...

author img

By

Published : Oct 9, 2019, 8:56 PM IST

ସିରିଜ ସିଲ ଲକ୍ଷ୍ୟରେ ବିରାଟ ବାହିନୀ

ପୁଣେ: ଗୁରୁବାର ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ। ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ 203 ରନର ବିରାଟ ବିଜୟ ହାସଲ କରିବା ପରେ ବର୍ତ୍ତମାନ ଭାରତର ଲକ୍ଷ୍ୟ ସିରିଜ ହାତେଇବା । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ଦ୍ବିତୀୟ ଟେଷ୍ଟ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି ।

india vs south africa 2nd test, series win, south africa hope to stay, ଭାରତ ବନାମ ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଟେଷ୍ଟ, ପୁଣେ,  ସିରିଜ ସିଲ, ବିରାଟ ବାହିନୀ, ସିରିଜ ବିଜୟ
ସବୁ ଫର୍ମାଟରେ ରୋହିତ ହିଟ

ଏକ ପରଫେକ୍ଟ ଟିମରେ କୌଣସି ସୁଧାର ଆଣିବାର ଆବଶ୍ୟକତା ନଥାଏ କିନ୍ତୁ ବିରାଟ କୋହଲି ପ୍ରତିଥର ନିଜ ଟିମ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ଖୋଜି ନିଅନ୍ତି । ଭାରତୀୟ ଟିମ ଆଗରେ ଏକ ଏମିତି ଟିମ ଅଛି ଯିଏ କ୍ରମାଗତଗତ ପାଞ୍ଚ ଦିନ ଭାରତୀୟ ଖେଳାଳିଙ୍କୁ ନୂଆ ଚ୍ୟାଲେଞ୍ଜ ଦେଇ ପାରିବ ନାହିଁ । ତେଣୁ ନିଜ ପାଇଁ ନିଜେ ଚ୍ୟାଲେଞ୍ଜ ସୃଷ୍ଟି କରି ଟିମକୁ ଆହୁରି ମଜବୁତ କରିବାକୁ ଚାହିଁବେ କୋହଲି ।

ସେପଟେ ଟେଷ୍ଟ ଓପନର ଭାବେ ହିଟ ମ୍ୟାନ ମଧ୍ୟ ଦେଖାଇଛନ୍ତି ନିଜ କମାଲ । କ୍ରମାଗତ ଦୁଇଟି ଶତକ ହାସଲ କରି ରୋହିତ ପ୍ରମାଣିତ କରିଛନ୍ତି ଯେ କ୍ରିକେଟର ସବୁ ଫର୍ମାଟରେ ସେ ହିଟ । ତେବେ ଦ୍ବିତୀୟ ଟେଷ୍ଟ ଜିତିବା ପରେ ଭାରତ ଘରୋଇ ମାଟିରେ କ୍ରମାଗତ 11ଟି ଟେଷ୍ଟ ସିରିଜ ଜିତିବାର ରେକର୍ଟ କରିବ । 2013ରୁ କ୍ରମାଗତ ଭାବେ ଭାରତରେ ଖେଳାଯାଇଥିବା ସମସ୍ତ ଟେଷ୍ଟ ସିରିଜ ଜିତିଛି । ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ 10ଟି ଲେଖାଏଁ ଘରୋଇ ସିରିଜ ଜିତି ସମାନ ସ୍ଥାନରେ ରହିଛନ୍ତି ।

ଏହାପରେ ଭାରତ ବାଂଲାଦେଶ ସହିତ ଦୁଇଟି ଟେଷ୍ଟ ଖେଳିବ । ରୋହିତ ଓ ମୟଙ୍କ ଅଗ୍ରୱାଲଙ୍କ ସହ ଭାରତ ପାଖରେ କୋହଲି, ଚେତେଶ୍ବର ପୂଜାରା, ରାହାଣେ, ଓ ହନୁମା ବିହାରୀଙ୍କ ପରି ଖେଳାଳି ମଧ୍ୟ ରହିଛନ୍ତି । ବୋଲିଂରେ ମଧ୍ୟ କମାଲ ଦେଖାଉଛନ୍ତି ଭାରତୀୟ ବୋଲର । ପ୍ରଥମ ମ୍ୟାଚରେ 8 ୱିକେଟ ନେଇଥିବା ଅଶ୍ବିନ ଓ ସବୁବେଳେ ମସ୍ତ ଅନ୍ଦାଜରେ ରହୁଥିବା ଜାଡେଜାଙ୍କ ଠାରୁ ନିସ୍ତାର ପାଇବା ଦକ୍ଷିଣ ଆଫ୍ରିକା ପାଇଁ ସମସ୍ୟା ସୃଷ୍ଟି କରିବ । ସେପଟେ ପୁରୁଣା ବଲରେ ସାମିଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଛି । ଇସାନ୍ତ ଶର୍ମା ମଧ୍ୟ ଖୁବ ଭଲ ଭାବେ ସାମିଙ୍କ ସାଥ ଦେଇଛନ୍ତି । ଦୁହିଙ୍କ ପ୍ରଦର୍ଶନ ମ୍ୟାଚରେ ବୁମରାଙ୍କ ଅନୁପସ୍ଥିତି ଅନୁଭବ ହେବାକୁ ଦେଇନାହିଁ ।

ଫିଟନେସ ସମସ୍ୟା ନଥିବାରୁ ଭାରତୀୟ ଅନ୍ତିମ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା କମ ରହିଛି । ତେବେ ଦକ୍ଷିଣ ଆଫ୍ରିକା ନିଶ୍ଚିତ ଭାବେ ସେନୁରାନ ମୁଥୁସ୍ବାମୀ ଓ ଡେନ ପିଟଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ପାରେ । ହିଟମ୍ୟାନ ରୋହିତ ଉଭୟ ବୋଲରଙ୍କ ଉପରେ ଖୁବ ବର୍ଷିଥିଲେ ଓ 13ଟି ଛକା ମାରି ରେକର୍ଡ ସୃଷ୍ଟି କରିଥିଲେ । ମୁଥୁସ୍ବାମୀଙ୍କ ସ୍ଥାନରେ ଜୁବୈର ହଜମାଙ୍କୁ ସୁଯୋଗ ମିଳିପାରେ । ଯଦି ପିଟ ବାହର ହୁଅନ୍ତି ତେବେ ଲୁଙ୍ଗି ଏନଗିଡିଙ୍କୁ ସ୍ଥାନ ମିଳିବା ସମ୍ଭାବନା ରହିଛି ।

ତେବେ ବର୍ଷା ବିଗାଡି ପାରେ ମ୍ୟାଚର ମଜା । ମଙ୍ଗଳବାର ଓ ବୁଧବାର ସକାଳୁ ପୁଣେରେ ବର୍ଷା ହୋଇଛି । ପାଣିପାଗ ବିଭାଗ ମଧ୍ୟ ଆଗାମୀ ଦୁଇ ତିନି ଦିନ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ କରିଛି ।

ଉଭୟ ଟିମ

ଭାରତ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ବର ପୁଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମୋହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ଶୁଭମନ ଗିଲ ।

ଦକ୍ଷିଣ ଆଫ୍ରିକା: ଫାଫ ଡୁପ୍ଲେସିସ (ଅଧିନାୟକ), ଟମ୍ବା ବାୱୁମା, ତ୍ୟୁନିସ ଡି ବ୍ରୁଇନ, କ୍ବିଣ୍ଟନ ଡି କକ, ଡିନ ଏଲଗର, ଜୁବୈର ହଜାମା, କେଶବ ମହାରାଜ, ଏଡନ ମାର୍କରମ, ସେନୁରନ ମୁଥୁସ୍ବାମୀ, ଲୁଙ୍ଗି ଏନଗିଡି, ଏରିକ ନାର୍ଟେଜ, ବର୍ନୋନ ଫିଲେଣ୍ଡର, ଡେନ ପିଟ, କୈଗିସୋ ରବାଡା ଓ ରୁଡି ସେକେଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK  FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.