ୱେଲିଂଟନ: କ୍ୟାପଟେନ କୋହଲିଙ୍କ ଫ୍ଲପ ସୋ, ଚାପାନ ବିରତି ପରେ ବର୍ଷା ସହ ଏଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ସମାପ୍ତି ଘଟିଛି । ପ୍ରରମ୍ଭକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ଭ୍ରମଣକାରୀ ଭାରତୀୟ ଦଳ 122ରନରେ 5 ୱିକେଟ ହାରଇ ବ୍ୟାକଫୁଟକୁ ଠେଲି ହୋଇଯାଇଛି ।
ତେବେ ଘରୋଇ ଦଳ ପକ୍ଷରୁ ଡେବ୍ୟୁ କରିଥିବା କେଲି ଜାମିସନ ଭାରତୀୟ ବ୍ୟାଟିଂ ଲାଇନ ଅର୍ଡରୁ ଧ୍ବସ୍ତବିଧ୍ବସ୍ତ କରି ଦେଇଛନ୍ତି । ସେ ପ୍ରଥମ ମ୍ୟାଚରେ ମାତ୍ର 38ରନ ବ୍ୟୟରେ 3 ୱିକେଟ ଅକ୍ତିଆର କରିଛନ୍ତି । ତେବେ ଭାରତୀୟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ କ୍ରିଜରେ ଅପରାଜିତ ରହିଛନ୍ତି ।
ଟସ ଜିତି ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନଙ୍କ ପ୍ରଥମେ ବୋଲିଂ ନିଷ୍ପତ୍ତିକୁ ସଫଳ ରୂପାୟନ ଦେଇଥିଲେ ଟିମ ସାଉଦି ଓ କେଲି ଜାମିସନ । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତର ସ୍କୋରକୁ 79/3 ରଖିଥିଲେ ଘରୋଇ ବୋଲର । ମ୍ୟାଚର 5ମ ଓଭରରେ ଟିମ ଇଣ୍ଡିଆ ଯୁବ ଓପନର ପୃଥ୍ବୀ ଶଙ୍କ ୱିକେଟ ହରାଇଥିଲା । ଟିମ ସାଉଦୀ ପୃଥ୍ବୀ ଶ' ଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ଚେତେଶ୍ବର ପୂଜାରା 11 ରନ କରି ଡେବ୍ୟୁ ଟେଷ୍ଟ ଖେଳୁଥିବା ଜେମିସନଙ୍କ ଶୀକାର ହୋଇଥିଲେ । ତେବେ ଏହାର ମାତ୍ର ଗୋଟିଏ ଓଭର ପରେ କ୍ୟାପଟେନ ବିରାଟ କୋହଲି ଜେମିଏସନଙ୍କ 2ୟ ଶୀକାର ହୋଇଥିଲେ । ତେବେ ଅଧିନାୟକ କୋହଲି ବ୍ୟକ୍ତିଗତ 2ରନ ପାଭିଲିଅନ ଫେରିବା ଦଳକୁ ମହଙ୍ଗା ପଡିଛି ।