ETV Bharat / sports

ଚେନ୍ନାଇ ଟେଷ୍ଟ, 3ୟ ଦିନ: ଟଳିନି ସଙ୍କଟ, ଫଲୋଅନ ଏଡାଇବାକୁ ଭାରତର ସଂଘର୍ଷ - ଭାରତ 321 ରନରେ ପଛୁଆ

ଚେନ୍ନାଇ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 257/6 । ଏବେବି ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର ଠାରୁ 321 ରନ ପଛୁଆ । ଅଧିକ ପଢନ୍ତୁ...

INDIA VS ENGLAND DAY 3 REPORT
ଚେନ୍ନାଇ ଟେଷ୍ଟ, 3ୟ ଦିନ: ଟଳିନି ସଙ୍କଟ, ଫଲୋଅନ ଏଡାଇବାକୁ ଭାରତର ସଂଘର୍ଷ
author img

By

Published : Feb 7, 2021, 5:35 PM IST

ଚେନ୍ନାଇ: ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନର ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 257/6 ରହିଛି । ୱାଶିଂଟନ ସୁନ୍ଦର ଅପରାଜିତ 33 ଓ ରବିଚନ୍ଦ୍ରନ ଅଶ୍ବିନ 8 ରନରେ ଅପରାଜିତ ଅଛନ୍ତି । ଫଳରେ ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର ଠାରୁ 321 ରନ ପଛୁଆ ରହିଛି ବିରାଟ ବାହିନୀ ।

INDIA VS ENGLAND DAY 3 REPORT
ଋଷଭ ପନ୍ତ

ରଷଭ ପନ୍ତ 88 ବଲରୁ 9 ଚୌକା ଓ 5 ଛକା ସହାୟତାରେ ଦ୍ରୁତ 91 ରନର ଇଂନିସ ଖେଳିଛନ୍ତି । ମାତ୍ର ପୁଣି ଏକ ଶତକଠୁ ମାତ୍ର 9 ରନ ଦୂରରେ ଥିବାବେଳେ ବଡ ସଟ୍‌ ଖେଳିବାକୁ ଯାଇ ନିଜର ୱିକେଟ ହରାଇଥିଲେ । ଚେତେଶ୍ବର ପୂଜାରା ପୁନର୍ବାର ଭାରତର ସଙ୍କଟ ମୋଚକ ସାଜିଲେ ମାତ୍ର 73 ରନରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଉଟ ହୋଇଥିଲେ ।

INDIA VS ENGLAND DAY 3 REPORT
ଚେତେଶ୍ବର ପୂଜାରା-ଋଷଭ ପନ୍ତ

ଇଂଲଣ୍ଡ ପକ୍ଷରୁ ସ୍ପିନର ଡୋମିନିକ ବେସ୍‌ ପ୍ରଭାବୀ ବୋଲିଂ ସହ ସର୍ବାଧିକ 4 ୱିକେଟ ହାତେଇଛନ୍ତି । କୋହଲି, ପୂଜାରା ରାହାଣେ ଓ ପନ୍ତଙ୍କ ଭଳି ଗୁରୁତ୍ବପୂର୍ଣ୍ଣ ୱିକେଟ ହାସଲ କରି ଭାରତର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ଜୋଫ୍ରା ଆର୍ଚର ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍‌ଙ୍କୁ ପାଭିଲୟନ ଫେରାଇଥିଲେ ।

ପୂର୍ବରୁ ଦ୍ବିତୀୟ ଦିନର ଅସମାପ୍ତ ସ୍କୋର 555/8ରୁ ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ । ତେବେ ଅଧିକ 23 ରନ ଯୋଡିବା ସହ ଶେଷ ଦୁଇଚି ୱିକେଟ ହରାଇଥିଲା ଭ୍ରମଣକାରୀ ଇଂଲଣ୍ଡ । ଫଳରେ 578ରେ ପ୍ରଥମ ପାଳି ଶେଷ ହୋଇଥିଲା । ଜଶପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ 3ଟି ଲେଖାଏଁ ୱିକେଟ ମିଳିଥିଲା। ନଦୀମ ଓ ଇଶାନ୍ତ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.