ETV Bharat / sports

ଇଂଲିସ ଚ୍ୟାଲେଞ୍ଜ୍‌ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ, 'ଚେପକ'ରେ ଚମତ୍କାର ଲକ୍ଷ୍ୟ

author img

By

Published : Feb 4, 2021, 4:32 PM IST

ଇଂଲଣ୍ଡ ଟିମ ଭାରତ ଗସ୍ତରେ ଶେଷ ଥର ବର୍ଷ 2016ରେ ଆସିଥିଲା । ଏଥିରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 4-0ରେ ଇଂଲଣ୍ଡକୁ ହରାଇଥିଲା ଭାରତ । ଅଧିକ ପଢନ୍ତୁ...

india vs england chennai test match preview
ଇଂଲିସ ଚ୍ୟାଲେଞ୍ଜ୍‌ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ, 'ଚେପକ'ରେ ଚମତ୍କାର ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ଲମ୍ବା ପ୍ରତୀକ୍ଷାର ହେବାକୁ ଯାଉଛି ଅନ୍ତ । କୋରୋନା ମହାମାରୀ ଯୋଗୁଁ ବନ୍ଦଥିବା ଦେଶରେ ସର୍ବାଧିକ ଲୋକପ୍ରିୟ ଖେଳ, 'କ୍ରିକେଟ' ପ୍ରାୟ 11 ମାସ ପରେ ଦେଶକୁ ଫେରିବାକୁ ଯାଉଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ 5 ଫେବ୍ରୁଆରୀରୁ (ଶୁକ୍ରବାର) ଜୋ ରୁଟଙ୍କ ଇଂଲଣ୍ଡ ଦଳ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ ଭାରତ । ଏହି ସିରିଜରୁ ଭାରତରେ ଅନ୍ତର୍ଜାତୀୟ କ୍ରିକେଟ ପୁନଃ ଆରମ୍ଭ ହେବ ।

india vs england chennai test match preview
ଇଂଲଣ୍ଡ ଟିମ

ପୂର୍ବରୁ ଗତ ବର୍ଷ ମାର୍ଚ୍ଚରେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ବାତିଲ ହୋଇଥିଲା । ଧର୍ମଶାଳାରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଧୋଇ ଯାଇଥିଲା।

ଏହାପୂର୍ବରୁ ଭାରତୀୟ ଦଳ ଶେଷଥର ପାଇଁ ଘରୋଇ ଦର୍ଶକଙ୍କ ସାମ୍ନାରେ ଗତ ବର୍ଷ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ପୁନେରେ ଟି20 ମ୍ୟାଚ ଖେଳିଥିଲା ।

ଟିମ ଇଣ୍ଡିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ତେବେ ଦ୍ବିତୀୟ ଟେଷ୍ଟରେ ଷ୍ଟାଡିୟମରେ 50 ପ୍ରତିଶତ ଦର୍ଶକକୁ ଅନୁମତି ରହିଛି । ଏନେଇ ତାମିଲନାଡୁ କ୍ରିକେଟ ଆସୋସିଏସନ(TNCA) ସମ୍ପାଦକ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ।

ଭାରତୀୟ ଟିମ ଅଷ୍ଟ୍ରେଲିଆକୁ 2-1ରେ ଟେଷ୍ଟ ସିରିଜ ହରାଇ ଆସିଥିବାବେଳେ ଇଂଲଣ୍ଡ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ 2-0ରେ ସିରିଜ ବିଜୟୀ ହୋଇ ଭାରତ ପହଞ୍ଚିଛି । ଫଳରେ ଉଭୟ ଦଳର ମନୋବଳ ଉଚ୍ଚା ସହ ସକରାତ୍ମକ ରହିଥିବାରୁ ଲଢେଇ ଜୋରଦାର ହେବାର ଆଶା କରାଯାଉଛି ।

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ପିତୃତ୍ବ ଅବକାଶ ଛୁଟି ପରେ ଦଳର ନେତୃତ୍ବ ନେବେ । ଅନ୍ୟପଟେ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ଙ୍କର ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ 100ତମ ଟେଷ୍ଟ ହେବ ।

ଜେମ୍ସ ଆଣ୍ଡରସନଙ୍କ ରୂପରେ, ଇଂଲଣ୍ଡ ଦଳରେ ବିଶ୍ବର ସର୍ବାଧିକ ୱିକେଟ ଦଖଲକାରୀ ଦ୍ରୁତ ବୋଲର ରହିଥିବାବେଳେ ରୋହିତ ଶର୍ମାଙ୍କ ଧୈର୍ଯ୍ୟ ଓ ଶୁଭମନ ଗିଲ୍‌ଙ୍କ କୌଶଳର ପୁଣି ବଡ ପରୀକ୍ଷା ହେବାକୁ ଯାଉଛି । ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ମଧ୍ୟ ଇଂଲିସ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ଜୋଫ୍ରା ଆର୍ଚରଙ୍କ ବାଉନ୍ସର ଅସ୍ତ୍ର ଓ ବେନ ଷ୍ଟୋକ୍ସଙ୍କ ପୁରୁଣା ବଲ୍‌ରେ ରିଭରସୁଇଂର ଯାଦୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଅଫ ସ୍ପିନର ଡମ ବେସ ଓ ବାମହାତୀ ସ୍ପିନର ଜାକ ଲିଚଙ୍କ ରୂପରେ ଇଂଲଣ୍ଡ ପାଖରେ ଦୁଇ ସ୍ପିନର ରହିଥିଲେ ମଧ୍ୟ ଅଭିଜ୍ଞତା ତୁଳନାରେ ଭାରତର ପଲ୍ଲା ଭାରୀ ରହିଛି । ଚେନ୍ନାଇର ପିଚ ସର୍ବଦା ସ୍ପିନରଙ୍କୁ ସୁହାଉଥିବାରୁ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନଙ୍କ ପାଇଁ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବା ବଡ ଆହ୍ବାନ ହେବାର ସମ୍ଭାବନା ରହିଛି । ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ ଓ ଅକ୍ସର ପଟେଲଙ୍କ ରୂପରେ ଭାରତ ପାଖରେ 3 ଦକ୍ଷ ସ୍ପିନର ରହିଛନ୍ତି । ଅନ୍ୟପଟେ ଘରୋଇ ପରିବେଶରେ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତଙ୍କୁ ନେଇ ଭାରତ ପାଖରେ ଶକ୍ତିଶାଳୀ ବ୍ୟାଟିଂକ୍ରମ ରହିଛି ।

ଦଳ:

ଭାରତ: ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ), ରୋହିତ ଶର୍ମା, ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା, ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଅକ୍ସର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ, ରିଦ୍ଧିମାନ ଶାହା, ଶାର୍ଦ୍ଦୁଳ ଠାକୁର ।

ଇଂଲଣ୍ଡ: ଜୋ ରୁଟ(କ୍ୟାପଟେନ), ଡୋମିନିକ ସିବଲେ, ରରି ବର୍ଣ୍ଣସ, ଓଲି ପୋପ, ଡାନ ଲୱରେନ୍ସ, ବେନ ଷ୍ଟୋକ୍ସ, ଜସ୍‌ ବଟଲର(ୱିକେଟ କିପର), ବେନ ଫୋକ୍ସ(ୱିକେଟ କିପର), ମୋଇନ ଅଲୀ, କ୍ରିସ ୱର୍କ୍ସ, ଜୋଫ୍ରା ଆର୍ଚର, ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ, ଡୋମିନିକ ବେସ, ଜାକ ଲିଚ, ଓଲି ଷ୍ଟୋନ ।

(ମ୍ୟାଚ ଆରମ୍ଭ 9.30 AM)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.