ETV Bharat / sports

ଭାରତ-ବାଂଲାଦେଶ: ଆଜି ହେବ ଭାରତୀୟ ଟିମର ଚୟନ - cricket latest news

ବିସିସିଆଇର ଚୟନ ସମିତି ଗୁରୁବାର ଦିନ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା 3 ଅନ୍ତରାଷ୍ଟ୍ରୀୟ ଟି-20 ମ୍ୟାଚର ସିରିଜକୁ ନେଇ ଭାରତୀୟ ଦଳର ଘୋଷଣା କରିବ ।

cricket
author img

By

Published : Oct 24, 2019, 9:11 AM IST

ହାଇଦ୍ରାବାଦ: ଭାରତୀୟ ଟିମ ଆଗାମୀ 3 ନଭେମ୍ବରରୁ ବାଂଲାଦେଶ ବିପକ୍ଷରେ ଘରୋଇ ଟି-20 ସିରିଜ ଖେଳିବ । ତେବେ ବିସିଆଇ ଚୟନ ସମିତି ଆଜି ବାଂଲାଦେଶ ବିପକ୍ଷରେ ଟ-20 ସିରିଜ ପାଇଁ 15 ଜଣିଆ ଟିମର ଘୋଷଣା କରିବ ।

ତେବେ ଅଧିନାୟକ କୋହଲିଙ୍କୁ ଆଗାମୀ ଟି-20 ସିରିଜରୁ ବିଶ୍ରାମ ଦିଆଯାଇପାରେ । କାରଣ ବିଶ୍ବକପ ପର ଠାରୁ କ୍ରମାଗତ ବିରାଟ ଖେଳି ଆସୁଛନ୍ତି । ଯଦି ବିରାଟଙ୍କୁ ବିଶ୍ରାମ ଦିଆଯାଏ ତେବେ ଉପଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ମିଳିବ ।

ଏପଟେ ସମିତି ଓଭରରେ 4ର୍ଥ ନଂରେ ଶ୍ରେୟସ ଭଲ ପ୍ରଦର୍ଶନ କରୁଛନ୍ତି । ତେଣୁ ଚୟନକର୍ତ୍ତା ଅୟରଙ୍କୁ ସୁଯୋଗ ଦେବାର ସମ୍ଭାବନା ରହିଛି । ସେହିପରି ବିଜୟ ହଜାରେ ଟ୍ରଫିରେ ମନୀଷ ପାଣ୍ଡେ ସାନଦାର ଫର୍ମରେ ଅଛନ୍ତି । ତେଣୁ ତାଙ୍କୁ ଟିମରେ ସାମିଲ କରାଯାଇ ପାରେ । ତେବେ ଋଷିଭ ପନ୍ତଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ତାଙ୍କ ସ୍ଥାନରେ ଓ୍ବିକେଟକିପର ରୂପରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ ।

ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଶିବମ ଦୁବେଙ୍କୁ ସୁଯୋଗ ମିଳିପାରେ । ମୁମ୍ବାଇର ଅଲରାଉଣ୍ଡର ଶିବମଙ୍କୁ ଭାରତୀୟ ଦଳରେ ସାମିଲ କରାଯିବାକୁ ନେଇ ଆଲୋଚନା ହେଉଛି ।
ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଆହତ କାରଣରୁ ଖେଳରୁ ଦୂରେଇ ରହିଛନ୍ତି । ତେଣୁ ଯୁବ ଖେଳାଳି ନବଦୀପ ଓ ଦୀପକଙ୍କୁ ଟିମରେ ସାମିଲ କରାଯିବ । ସେହିପରି ଭୁବନେଶ୍ବର କୁମାର ଦ.ଆଫ୍ରିକା ସିରିଜରୁ ବାଦ୍‌ ପଡିଥିଲେ । ତେଣୁ ବାଂଲା ବୁପକ୍ଷରେ କମ୍‌ବ୍ୟାକ କରି ପାରନ୍ତି । ଅନ୍ୟପଟେ ଏକମାତ୍ର ବାମହାତି ବୋଲର ଖଲିଲ ଅହମ୍ମଦଙ୍କ ଚୟନ ହୋଇପାରେ । କାରଣ ସେ ଟି-20 ଫର୍ମାଟରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ।

ଭାରତୀୟ ସମ୍ଭାବିତ ଦଳ:
ରୋହିତ ଶର୍ମା(ଅଧିନାୟକ), ଶିଖର ଧଓ୍ବନ, କେ.ଏଲ ରାହୁଲ, ମନିଷ ପାଣ୍ଡେ, ଶ୍ରେୟସ ଅୟର, ଋଷଭ ପନ୍ତ, ସଞ୍ଜୁ ସାମସନ, କୃଣାଳ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ରାହୁଲ ମହର, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସାଇନି, ଖଲିଲ ଅହମ୍ମଦ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.