ନୂଆଦିଲ୍ଲୀ: ନଭେମ୍ବର ପ୍ରଥମ ସପ୍ତାହରୁ ଭାରତ-ବାଂଲାଦେଶ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ ହେବ । ସେଥିପାଇଁ ବାଂଲାଦେଶ ଦଳ ଭାରତ ଗସ୍ତରେ ଆସିବ । ତେବେ ଗସ୍ତରୁ ଓହରି ଯାଇଛନ୍ତି ଓପନର ତମିମ ଇକବାଲ ।
![Tamim iqbal Pulls out](https://etvbharatimages.akamaized.net/etvbharat/prod-images/4876698_kaaaa.jpg)
ତମିମ 2ୟ ସନ୍ତାନର ବାପା ହେବାକୁ ଯାଉଛନ୍ତି । ନଭେମ୍ବର ମାସରେ ପତ୍ନୀଙ୍କ ପ୍ରସବ ତାରିଖ ରହିଥିବାରୁ ପରିବାର ସହିତ ରହିବାକୁ ତମିମ ଚାହିଁଛନ୍ତି । ଏନେଇ ବ୍ୟକ୍ତିଗତ କାରଣ ଦର୍ଶାଇ ବୋର୍ଡକୁ ଜଣାଇଛନ୍ତି ତମିମ । ଏହାପରେ ବାଂଲାଦେଶ କ୍ରିକେଟ ବୋର୍ଡ ଇମରୁଲ କାଇସଙ୍କୁ ବଦଳ ଖେଳାଳି ଭାବେ ଦଳରେ ସାମିଲ କରିଛି ।
![ଇମରୁଲ କାଇସ](https://etvbharatimages.akamaized.net/etvbharat/prod-images/4876698_dsf.jpg)
3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ନଭେମ୍ବର 3ରେ ଦିଲ୍ଲୀରେ ଖେଳାଯିବ । ଏହାପରେ ଇନ୍ଦୋରେର ନଭେମ୍ବର 14-18 ପ୍ରଥମ ଟେଷ୍ଟ ଖେଳାଯିବ । 2ୟ ଟେଷ୍ଟ 22-26 ଇଡେନ ଗାର୍ଡେନ କୋଲକାତାରେ ଖେଳାଯିବ ।
ବାଂଲାଦେଶ ଟି-20 ଦଳ:
ସାକିବ ଅଲ ହାସନ(କ୍ୟାପଟେନ), ଲିଟନ ଦାସ, ଇମରୁଲ କାଇସ, ସୌମ୍ୟ ସରକାର, ମହମ୍ମଦ ନୈମ, ମୁସଫିକର ରହିମ, ମହମ୍ମଦୁଲ୍ଲା, ଅଫିଫ ହୁସେନ, ମୋସଦେକ ହୁସେନ ଆମିନୁଲ ଇସଲାମ, ଅରଫାତ ସନ୍ନି, ଅଲ-ଅମିନ ହୁସେନ, ମୁସ୍ତାଫିଜୁର ରେହମାନ, ସାଫିଉଲ ଇସଲାମ