ଇନ୍ଦୋର: ବାଂଲାଦେଶ ବିପକ୍ଷରେ ଭାରତୀୟ ଓପନର ମୟଙ୍କ ଦ୍ବିଶତକ ପାଳି ଖେଳିଥିଲେ । ପ୍ରଥମ ଇନିଂସରେ ତାଙ୍କର ବ୍ୟାଟିଂ ଯାଦୁ ଦେଖିବାକୁ ମିଳିଥିଲା । ସେ 28ଟି ଚୌକା ସହ 8ଟି ଛକା ବଳରେ 243 ରନ କରିଥିଲେ ।
ତାଙ୍କର ଏହି ସଫଳତା ପରେ ସେ କହିଛନ୍ତି ଯେ, 'ନିର୍ଭୟରେ ଖେଳିଥିବା ଯୋଗୁଁ ଏହି ସଫଳତା ହାସଲ କରିଛି । ଦିନ ଥିଲା ମୁଁ ରନ୍ ସଂଗ୍ରହ କରିପାରୁନଥିଲି । ଟେଷ୍ଟ ଦଳରେ ସାମିଲ ହେବା ପରେ ବଡ ସ୍କୋର କରିବା ପ୍ରତି ଗୁରୁତ୍ବ ଦେଇଥିଲି । ମେଲବର୍ଣ୍ଣରେ ଭଲ ପ୍ରଦର୍ଶନ କରିବା ପରେ ମୋର ଆତ୍ମବିଶ୍ବାସ ବଢିଥିଲା । ଏହି ମ୍ୟାଚରେ ରାହାଣେ ମୋର ମାର୍ଗଦର୍ଶକ ସାଜିଥିଲେ । ସେଥିପାଇଁ ବଡ ସଟ୍ ଖେଳି ପାରିଥିଲି' ।