ହାଇଦ୍ରାବାଦ: ବାଂଲାଦେଶ କ୍ୟାପଟେନ ସାକିବ ଅଲ ହସନଙ୍କୁ ଆଇସିସି 2 ବର୍ଷ ବାସନ୍ଦାଦେଶ ଶୁଣାଇଛି । ଏହାପରେ ବାଂଲାଦେଶର ନୂଆ ଟି-20 କ୍ୟାପଟେନ ହୋଇଛନ୍ତି ମହମ୍ମଦୁଲ୍ଲା । ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି । ନଭେମ୍ବର 3ରୁ ବାଂଲାଦେଶ ଭାରତ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ବାଂଲାଦେଶ କ୍ୟାପଟେନ ଦାୟିତ୍ବ ତୁଲାଇବେ ମହମ୍ମଦୁଲ୍ଲା ।
ସେହିପରି ମୋମିନୁଲ ହକଙ୍କୁ ବାଂଲାଦେଶ କ୍ରିକେଟ ଟିମର ଟେଷ୍ଟ କ୍ୟାପଟେନ ଦାୟିତ୍ବ ମିଳିଛି । ତେବେ ସାକିବଙ୍କୁ ବାଦ ଦେଇ ବିସିବି ପୁଣିଥରେ ଭାରତ ଗସ୍ତ ପାଇଁ ନୂଆ ଦଳ ଘୋଷଣା କରିଛି ।
ବାଂଲାଦେଶ ଟି20 ଦଳ:
ମହମ୍ମଦୁଲ୍ଲା(କ୍ୟାପଟେନ), ଲିଟନ ଦାସ, ସୌମ୍ୟ ସରକାର, ମହମ୍ମଦ ନୈମ, ମୁସଫିକର ରହିମ, ଏଫିଫ ହୁସେନ, ମୋସଦେକ ହୁସେନ, ଆନିମୁଲ ଇସଲାମ, ଅରଫାତ ସନ୍ନି, ଅଲ-ଅମିନ ହୁସେନ, ମୁସ୍ତାପିଜୁର ରେହମାନ, ସୈଫିଉଲ ଇସଲାମ, ମହମ୍ମଦ ମିଥୁନ, ତୈଜୁଲ ଇସଲାମ, ଆବି ହାଇଦର ।
ବାଂଲାଦେଶ ଟେଷ୍ଟ ଦଳ: ସଦମନ ଇସଲାମ, ଇଲରୁଲ କାଇସ, ସୈଫ ହୁସେନ, ମୋମିନୁଲ ହକ(କ୍ୟାପଟେନ), ଲିଟନ ଦାସ, ମୁସଫିକର ରହିମ, ମହମ୍ମଦୁଲ୍ଲା, ମହମ୍ମଦ ମିଥୁନ, ମୋସଦେକ ହୁସେନ, ମେହେନ୍ଦି ହାସନ, ତୈଜୁଲ ଇସଲାମ, ଲାଇମ ହାସନ, ମସ୍ତାଫିଜୁର ରେହମାନ, ଅଲଅମିନ ହୁସେନ,, ଅବୁ ଜାୟେଦ, ଇବାଦତ ହୁସେନ ।