ETV Bharat / sports

ଆଡିଲେଡ ଟେଷ୍ଟ: କ୍ୟାପଟେନ କୋହଲିଙ୍କ ଅର୍ଦ୍ଧଶତକ, ପୂଜାରା ଆଉଟ

author img

By

Published : Dec 17, 2020, 3:23 PM IST

କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ହାସଲ କରିବା ସହ ବ୍ୟାଟିଂ ଜାରି ରଖିଛନ୍ତି ।

India lose Pujara in post-Dinner session in Adelaide Test
ଆଡିଲେଡ ଟେଷ୍ଟ: କ୍ୟାପଟେନ କୋହଲିଙ୍କ ଅର୍ଦ୍ଧଶତକ, ଭାରତର ବ୍ୟାଟିଂ ଜାରି

ଆଡିଲେଡ: ଆରମ୍ଭ ହୋଇସାରିଛି ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ହାସଲ କରିବା ସହ ବ୍ୟାଟିଂ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା 139 ବଲରେ 5 ଚୌକା ସହ 53 ରନରେ ଅପରାଜିତ ଅଛନ୍ତି କୋହଲି ।

India lose Pujara in post-Dinner session in Adelaide Test
ବିରାଟ କୋହଲି

ପ୍ରଥମ ଦିନ ଖେଳ ଜାରି ରହିଥିବାବେଳେ ଇଂନିସର 62 ଓଭର ସୁଦ୍ଧା ଭାରତର ସ୍କୋର 129/3 ରହିଛି ।

ଓପନର ପୃଥ୍ବୀ ଶ ଭାରତୀୟ ଇଂନିସର ପ୍ରଥମ ଓଭରର ଦ୍ବିତୀୟ ବଲରେ ବିନା କୌଣସି ରନ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ପରେ ମୟଙ୍କ ଅଗ୍ରୱାଲଙ୍କ ରୂପରେ ଦଳୀୟ ସ୍କୋର 32 ଥିବାବେଳେ ଦ୍ବିତୀୟ ୱିକେଟ ହରାଇ ସଙ୍କଟରେ ପଡିଥିଲା ଭାରତ । ତେବେ କ୍ୟାପଟେନ ବିରାଟ କୋହଲି ଓ ଚେତେଶ୍ବର ପୂଜାରାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ସ୍କୋର 100 ପାର କରାଇଥିଲେ ।

ମାତ୍ର ଦ୍ବିତୀୟ ରାତ୍ର ଭୋଜନ ବିରତି ପରେ ପୂଜାରା 43 ରନର ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ପରେ କ୍ୟାପଟେନ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲୀୟ ବୋଲରଙ୍କ ସଫଳ ମୁକାବିଲା ସହ ବ୍ୟାଟିଂ ଜାରି ରଖିଛନ୍ତି ।

That will be Tea on Day 1 of the 1st Test. #TeamIndia are 107/3, lose the wicket of Pujara in the second session of the Day.

Updates - https://t.co/dBLRRBSJrx #AUSvIND pic.twitter.com/qtaIDOMRYQ

— BCCI (@BCCI) December 17, 2020 " class="align-text-top noRightClick twitterSection" data=" ">

ଅଷ୍ଟ୍ରେଲିଆ ପକ୍ଷରୁ ଏଯାବତ ମିଚେଲ ଷ୍ଟାର୍କ, ପାଟନ କମିନ୍ସ ଓ ନାଥନ ଲାୟନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଆଡିଲେଡ: ଆରମ୍ଭ ହୋଇସାରିଛି ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ହାସଲ କରିବା ସହ ବ୍ୟାଟିଂ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା 139 ବଲରେ 5 ଚୌକା ସହ 53 ରନରେ ଅପରାଜିତ ଅଛନ୍ତି କୋହଲି ।

India lose Pujara in post-Dinner session in Adelaide Test
ବିରାଟ କୋହଲି

ପ୍ରଥମ ଦିନ ଖେଳ ଜାରି ରହିଥିବାବେଳେ ଇଂନିସର 62 ଓଭର ସୁଦ୍ଧା ଭାରତର ସ୍କୋର 129/3 ରହିଛି ।

ଓପନର ପୃଥ୍ବୀ ଶ ଭାରତୀୟ ଇଂନିସର ପ୍ରଥମ ଓଭରର ଦ୍ବିତୀୟ ବଲରେ ବିନା କୌଣସି ରନ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ପରେ ମୟଙ୍କ ଅଗ୍ରୱାଲଙ୍କ ରୂପରେ ଦଳୀୟ ସ୍କୋର 32 ଥିବାବେଳେ ଦ୍ବିତୀୟ ୱିକେଟ ହରାଇ ସଙ୍କଟରେ ପଡିଥିଲା ଭାରତ । ତେବେ କ୍ୟାପଟେନ ବିରାଟ କୋହଲି ଓ ଚେତେଶ୍ବର ପୂଜାରାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ସ୍କୋର 100 ପାର କରାଇଥିଲେ ।

India lose Pujara in post-Dinner session in Adelaide Test
ବିରାଟ କୋହଲି

ମାତ୍ର ଦ୍ବିତୀୟ ରାତ୍ର ଭୋଜନ ବିରତି ପରେ ପୂଜାରା 43 ରନର ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ପରେ କ୍ୟାପଟେନ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲୀୟ ବୋଲରଙ୍କ ସଫଳ ମୁକାବିଲା ସହ ବ୍ୟାଟିଂ ଜାରି ରଖିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଏଯାବତ ମିଚେଲ ଷ୍ଟାର୍କ, ପାଟନ କମିନ୍ସ ଓ ନାଥନ ଲାୟନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.