ETV Bharat / sports

WI vs IND: ଟସ୍‌ ଜିତି ବିରାଟ ବାହିନୀର ଫିଲ୍ଡିଂ ନିଷ୍ପତ୍ତି - ଟି-20 ସିରିଜ

ଟି-20 ସିରିଜର ପ୍ରଥମ ମ୍ୟାଚରେ ବିରାଟ ସେନା ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଛି । ଟି-20 ସିରିଜରେ ବିରାଟ ସେନାରେ ଅଧିକାଂଶ ନୂଆ ମୁହଁ । ସେପଟେ ଆରମ୍ଭରୁ ଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । 2 ଓଭର ସୁଦ୍ଧା 2ଟି ୱିକେଟ ନେଇଛି ଭାରତ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 3, 2019, 8:20 PM IST

ଫ୍ଲୋରିଡା: ଆରମ୍ଭ ହେଲା ଇଣ୍ଡିଜ ଗସ୍ତର ପ୍ରଥମ ପରୀକ୍ଷା । ସେଣ୍ଟ୍ରାଲ ବୋର୍ଡ ରିଜିଓନାଲ ପାର୍କ ଟ୍ରୁଫ୍‌ ଗ୍ରାଉଣ୍ଡରେ ପ୍ରଥମ ଟି-20 ମ୍ୟାଚର ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଛି ।

ତେବେ ବିଶ୍ବକପରୁ ଘାଇଲା ହୋଇ ଫେରିଥିବା ଭାରତୀୟ ଦଳର ଏହା ହେବ ପ୍ରଥମ ମ୍ୟାଚ । ଟି-20 ସିରିଜରେ ବିରାଟ ସେନାରେ ଅଧିକାଂଶ ନୂଆ ମୁହଁ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@windiescricket

ସୂଚନାଥାଉକି , ସେପଟେ ସେନାପତି ବିରାଟଙ୍କ ସାଙ୍ଗରେ ନାହାଁନ୍ତି ‘କଟପ୍ପା ଧୋନି’ । ସେହିପରି ପେସ ଷ୍ଟାର ଜସପ୍ରୀତ୍‌ ବୁମରା ମଧ୍ୟ ବିଶ୍ରାମ ନେଇଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ଦଳରେ ସାମିଲ ହୋଇନାହାଁନ୍ତି । କାରବିଆନ ଦଳର ବିସ୍ଫୋରକ ଆଣ୍ଡ୍ରେ ରସେଲ ପ୍ରଥମ 2ଟି ଟି-20ରୁ ବାଦ୍ ପଡିଛନ୍ତି ।

ଭାରତୀୟ ଏକାଦଶ: ବିରାଟ କୋହଲି (କ୍ୟାପଟେନ୍), ରୋହିତ ଶର୍ମା, ଶିଖର ଧୱନ୍, ମନିସ ପାଣ୍ଡେ, ଋଷଭ ପନ୍ତ( ଓ୍ବିକେଟ କିପର), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର, କେ ଖଲୀଲ ଅହମ୍ମଦ, କୃଣାଲ ପାଣ୍ଡେ, ନବଦୀପ ସୈନି ।

ୱେଷ୍ଟଇଣ୍ଡିଜ୍ ଏକାଦଶ: କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍),ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶିମରନ୍ ହେଟମେୟର୍, ନିକୋଲାସ୍ ପୁରନ୍(ଓ୍ବିକେଟ କିପର), କାଇରନ୍ ପୋଲାର୍ଡ, ରୋଭମ୍ୟାନ୍ ପୋୱେଲ୍, , ସୁନୀଲ ନାରିନ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ,କିମୋ ପଲ ।

Intro:ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ କୁ ନେଇ ପ୍ରତିବାଦ।Body:ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ କୁ ନେଇ ପ୍ରତିବାଦ। ଆଜି ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ। ପୁରୁଣା ବଜାର ରୁ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲା। ପରେ ସେଠାରେ ବିଷ୍ଣୁ ସେଠି ଙ୍କ କୁଶପୁତ୍ତଳିକା ଦାହ କରିବା ସହ ଵିଧାୟକ ଙ୍କ ବିରୋଧରେ ନାରାବାଜି କରିଥିଲେ। ବିଧାୟକ ମୁସଲିମ ମହିଳା ଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଦାବି କରିଛି କଂଗ୍ରେସ। ଯଦି ବିଷ୍ଣୁ ସେଠି କହିଥିବା କଥାକୁ ପ୍ରତ୍ୟାହାର ନକରନ୍ତି ଏବଂ ଗୃହରେ ଭୁଲ ନମାଗନ୍ତି ତାହାଲେ ଆଗକୁ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ବ୍ୟାପକ କରାଯିବା ନେଇ କଂଗ୍ରେସ ଚେତାବନୀ ଦେଇଛି। ଶେଷରେ ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲାପାଳ ଙ୍କ ଅନୁପସ୍ଥିତି ରେ ତହସିଲଦାର ଙ୍କୁ ପ୍ରଦାନ କରିଥିଲେ। ଏନେଇ ଆମେ ଚଉଦ ମହଲା ମୁସ୍ଲିମ୍ ଜମାତ ର ସଭାପତି ଙ୍କ ପ୍ରତିକ୍ରିୟା ନେଇଥିଲୁ। ETV Bharat କୁ ଦେଇଥିବା EXCLUSIVE INTERVIEW ରେ ସେ କହିଛନ୍ତି, ଆଜି ଏନେଇ ଚଉଦ ମହଲା ମୁସ୍ଲିମ୍ ଜମାତ ର ଏକ ମିଟିଂ ସନ୍ଧ୍ୟାରେ ଅନୁଷ୍ଠିତ ହେବା ପରେ ଏହିଭଳି ଏକ ସମ୍ବେଦନଶୀଳ ବକ୍ତବ୍ୟ ଉପରେ ଭବିଷ୍ୟତ ଆଭିମୁଖ୍ୟ ସ୍ଥିର ହେବ। ଏଥିସହ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଙ୍କ ମୁସଲିମ ମହିଳା ଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
Bite_1 : ନଳିନୀ କାନ୍ତ ମହାନ୍ତି_ଜିଲ୍ଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି
EXCLUSIVE Bite_2 : ମହମ୍ମଦ ଅବଦୁଲ ବାରି_ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.