ETV Bharat / sports

'ଆମେ ଭାଗ୍ୟବାନ ଯେ ୱିକେଟ ପଛରେ ଧୋନି ଅଛନ୍ତି'

ବିଶ୍ବକପ ପାଇଁ ଘୋଷଣା ହୋଇ ସାରିଛି ବିରାଟ ସେନା । ଟିମକୁ ନେଇ ଏକଦମ ଖୁସି ଅଛନ୍ତି କ୍ୟାପ୍ଟେନ କୋହଲି । ଆଉ କୋହଲିଙ୍କ ଖୁସିର ଅନ୍ୟ ଏକ କାରଣ ହେଉଛି ସେ ଧୋନିଙ୍କୁ ୱିକେଟ ପଛରେ ପାଇଛନ୍ତି ।

author img

By

Published : Apr 20, 2019, 8:25 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବିଶ୍ବକପ ପାଇଁ ଘୋଷଣା ହୋଇ ସାରିଛି ବିରାଟ ସେନା । ଟିମକୁ ନେଇ ଏକ ଦମ ଖୁସି ଅଛନ୍ତି କ୍ୟାପ୍ଟେନ କୋହଲି । ଆଉ କୋହଲିଙ୍କ ଖୁସିର ଅନ୍ୟ ଏକ କାରଣ ହେଉଛି ସେ ଧୋନିଙ୍କୁ ୱିକେଟ ପଛରେ ପାଇଛନ୍ତି । ଏକଥା ଖୋଦ ବିରାଟ କୋହଲି କହିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କୋହଲି ଏପରି କହିଛନ୍ତି ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଆଗାମୀ ବିଶ୍ବକପରେ ଧୋନି 38 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ମାତ୍ର ୱିକେଟ ପଛରେ ତାଙ୍କ ଗ୍ଲୋଫ୍ସ ୱାର୍କ ଆଜି ବି ବିଚକ୍ଷଣ ରହିଛି । 341ଟି ଦିନିକିଆରୁ 10500ରନ ସଂଗ୍ରହ କରିଛନ୍ତି ଧୋନି । 500ରୁ ଊର୍ଦ୍ଧ୍ବ ମ୍ୟାଚରେ ସେ ୱିକେଟ କିପିଂ କରି ସାରିଛନ୍ତି । ତେବେ ଆଗାମୀ ବିଶ୍ବକପ ଧୋନିଙ୍କ କ୍ୟାରିଅରର ଶେଷ ବିଶ୍ବକପ ହେବ ବୋଲି କିଛି କ୍ରିକେଟ ବିଶେଷଜ୍ଞ ମତ ଦେଇଛନ୍ତି ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଧୋନିଙ୍କୁ ସାଥିରେ ନେଇ ଲଣ୍ଡନ ଯାଉଥିବାରୁ ବିରାଟ ବହୁତ ଖୁସି ଅଛନ୍ତି । ସେ ସାକ୍ଷାତକାରରେ ଧୋନିଙ୍କ ଦଳରେ ଭୂମିକା ବିଷୟରେ କହିଛନ୍ତି । ବିରାଟ କହିଛନ୍ତି, ଧୋନି ନିଜେ ହିଁ ଜାଣିଛନ୍ତି ଦଳରେ ତାଙ୍କର ଦାୟିତ୍ବ କଣ । ସେ ମ୍ୟାଚରେ ପ୍ରତିଟି ପିରିସ୍ଥିତକୁ ବୁଝିଥାନ୍ତି । କାରଣ ଦୀର୍ଘ କିଛି ବର୍ଷ ହେଲା ସେ ଏ ସବୁର ସମ୍ମୁଖିନ କରି ଆସିଛନ୍ତି । ସେ ଗେମର ପ୍ରଥମ ବଲରୁ 300ତମ ବଲକୁ ବୁଝିଥାନ୍ତି । ଆଉ କେଉଁ ସ୍ଥିତିରେ କଣ କରିବାକୁ ପଡିଥାଏ ତାହା ତାଙ୍କୁ ଭଲ ଭାବରେ ଜଣାଥାଏ ।

ଅନ୍ୟପଟେ ବିରାଟ ନିଜ କ୍ୟାରିୟରର ପ୍ରଥମ ବିଶ୍ବକପ ଅଧିନାୟକତ୍ବ କରିବାକୁ ଯାଇଛନ୍ତି । ତେଣୁ ଏହାକୁ ନେଇ ସେ ନିଜ ଅନୁଭୁତି ବଖାଣିଛନ୍ତି । ମୁଁ 2011 ଓ 2015 ବିଶ୍ବକପ ଖେଳିସାରିଛି । ମାତ୍ର ସେ ସମୟରେ ମୁଁ ଯୁବ ଖେଳାଳି ଥିଲି । ମୋତେ ବିଶ୍ବକପର ଚାପ କଣ ଜଣାପଡୁନଥିଲା । ମାତ୍ର ଏଥର ଦଳର ଅଧିନାୟକ । ତେଣୁ ସବୁ ପ୍ରେସର ମୋ ଉପରେ । ଅନ୍ୟପଟେ ମୋର ଅଧିନାୟକ ହିସାବରେ ପ୍ରଥମ ବିଶ୍ବକପ ହୋଇଥିବାରୁ ମୁଁ ବେଶ ଏକ୍ସସାଇଟେଡ ଅଛି ।

ମାତ୍ର ଅନ୍ୟପଟେ ସେତିକି ଖୁସି ଅଛି ଯେ, ୱିକେଟ ପଛରେ ମୁଁ ଧୋନିଙ୍କୁ ପାଇଛି । ବିଶ୍ବକପ ଅଗ୍ନୀପରୀକ୍ଷାରେ ସେ ମୋ ସାରଥି ଶ୍ରୀକୃଷ୍ଣ ସାଜିବେ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.