କାନବେରା: ଅଷ୍ଟେଲିଆରେ ଚାଲିଛି ମହିଳା ତ୍ରିରାଷ୍ଟ୍ରୀୟ ଟି-20 ସିରିଜ । ରବିବାର ଦିନ ଭାରତୀୟ ମହିଳା କ୍ରିକେଟ ଟିମ କାନବେରା ସ୍ଥିତ ମାନୁକା ଓଭାଲ ଷ୍ଟାଡିୟମରେ ଆୟୋଜକ ଦଳ ସହ ମୁହାଁମୁହିଁ ହେବ । ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ 5 ଓ୍ବିକେଟରେ ପରାସ୍ତ କରିଥିଲା । ତେବେ 2ୟ ମ୍ୟାଚରେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ ।
ତେବେ ହରମନପ୍ରୀତ କୌରଙ୍କ ଟିମ୍ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଭାରତୀୟ ବୋଲରଙ୍କ ଯାଦୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଥିଲା । ଇଂଲଣ୍ଡକୁ 147ରନ୍ରେ ରୋକିବାରେ ସମର୍ଥ ହୋଇଥିଲେ ଟିମ୍ ଇଣ୍ଡିଆ । ଏହାପରେ ଅଧିନାୟିକା ହରମନପ୍ରୀତଙ୍କ 42ରନ୍ ସହାୟକରେ 5 ଓ୍ବିକେଟ୍ରେ ବିଜୟ ହାସଲ କରିଥିଲା ଭାରତ ।
ତେବେ ଏହି ମ୍ୟାଚ ପରେ କ୍ୟାପଟନ କହିଥିଲେ ଯେ, ମତେ ଖୁସି ଲାଗିଲା ଦଳର ସମସ୍ତ ଖେଳାଳୀ ସ୍ବାଧୀନ ଭାବେ ଖେଳିଲେ । କିନ୍ତୁ ଆମକୁ କ୍ଷେତ୍ରରକ୍ଷଣରେ ସୁଧାର ଆଣିବାକୁ ପଡିବ ।
ଆୟୋଜକ ଦଳ ଆଜି ଇଂଲଣ୍ଡ ଠାରୁ ସୁପରଓଭରରେ ପରାସ୍ତ ହୋଇଛି । ଆସନ୍ତାକାଲି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ।
ଭାରତ: ହରମନପ୍ରୀତ କୌର (ଅଧିନାୟକା), ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ଜେମିମା, ବେଦା କୃଷ୍ଣାମୂର୍ତ୍ତି, ତାନିୟା ଭାଟିୟା, ଦିପ୍ତୀ ଶର୍ମା, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ରାଜେଶ୍ବରୀ ଗାୟକଓ୍ବାଡ, ରାଧା ଯାଦବ, ରିଚା ଘୋଷ, ଅରୁନ୍ଧତୀ ରେଡ୍ଡି, ହରଲୀନ ଦେଓ୍ବାଲ, ନୁଜହତ ପରଓ୍ବିନ ଓ ପୁନମ ଯାଦବ
ଅଷ୍ଟ୍ରେଲିଆ: ମ୍ୟାଗ ଲ୍ୟାନିଙ୍ଗ୍(ଅଧିନାୟକା), ଏଲିସା ହିଲି, ବେଥ ମୁନୀ, ଏସଲେ ଗାର୍ଡନର,ଏଲିସେ ପ୍ୟାରି, ରସେଲ, ଜେସ ଜୋନାସେନ, ଡେଲିସା ସଦରଲ୍ୟାଣ୍ଡ, ଜର୍ଜିୟା ଓ୍ବୟରହେମ, ମେଗାନ କାରେ, ସୋଫି ମୋଲିନୁ, ଏରିନ ବର୍ନ୍ସ ଓ ତାୟଲା ଓ୍ବି ।