ETV Bharat / sports

ଆଜି ଭାରତ-ୱେଷ୍ଟଇଣ୍ଡିଜ, ପ୍ରଥମ ଦିନିକିଆ - ଦିନିକିଆ ସିରିଜ

ଆଜିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3ଟିକିଆ ଦିନିକିଆ ସରିଜ । ଇଣ୍ଡିଜର ପ୍ରୋଭିଡେନ୍ସ ଷ୍ଟାଡିୟମ, ଗୁୟାନାରେ ସନ୍ଧ୍ୟା 7.00ରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଟି20 ସିରିଜକୁ 3-0ରେ କ୍ଳିନ ସୁଇପ କରିବାପରେ ଦିନିକିଆ ସିରିଜକୁ ହାତେଇବା ଲକ୍ଷ୍ୟରେ ରହିଛନ୍ତି ବିରାଟ ବାହିନୀ ।

ଡିଜାଇନ ଫଟୋ
author img

By

Published : Aug 8, 2019, 12:17 PM IST

ହାଇଦ୍ରାବାଦ: ଟି20 ସିରିଜକୁ 3-0ରେ କ୍ଳିନ ସୁଇପ କରିବାପରେ, ଟିମ ଇଣ୍ଡିଆ ଟାର୍ଗେଟରେ ଏବେ ଦିନିକିଆ ସିରିଜ। ଆଜି ଇଣ୍ଡିଜର ପ୍ରୋଭିଡେନ୍ସ ଷ୍ଟାଡିୟମ, ଗୁୟାନାରେ 3ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଟି-20 ସିରିଜରେ ଟିମ ଇଣ୍ଡିଆ ସବୁ ବିଭାଗରେ ପ୍ରଭାବି ପ୍ରଦର୍ଶନ କରିଥିଲା । ବିଶେଷ କରି କିଛି ଦିନର ବ୍ୟବଧାନ ପରେ ଦଳକୁ ଫେରିଥିବା ଖେଳାଳିଙ୍କ ଫର୍ମ ଦଳ ପାଇଁ ବଡ ଆଶ୍ବସ୍ଥି ହୋଇଛି।

ଶିଖର ଧାୱନ ଦିନିକିଆ ଦଳକୁ ଫେରିବା ପରେ ରାହୁଲ 4ନଂ ସ୍ଥାନକୁ ଫେରିପାରନ୍ତି । କ୍ୟାପଟେନ କୋହଲି, ରୋହିତ, ଧାୱନ, ରାହୁଲ, ପନ୍ତ, ମନିଷ ପାଣ୍ଡେଙ୍କୁ ନେଇ ବ୍ୟାଟିଂ ଲାଇନଅଫ ବେଶ ଶକ୍ତିଶାଳୀ । ଦିନିକିଆ ଦଳକୁ ଫେରିଥିବା ଶ୍ରେୟସ ଆୟରଙ୍କୁ ମଧ୍ୟ ସୁଯୋଗ ମିଳିପାରେ । କେଦାର ଯାଦବ ମଧ୍ୟ ଦଳରେ ଅଛନ୍ତି ।

ବୋଲିଂରେ ମହମ୍ମଦ ସାମୀ ଭାରତୀୟ ବାଲିଂ ଆଟାକର ନେତୃତ୍ବ ନେଇପାରନ୍ତି । ଯୁବ ବୋଲର ନବଦୀପ ସାଇନି ଦିନିକିଆରେ ଡେବ୍ୟୁ କରିପାରନ୍ତି । ଭୁବନେଶ୍ବର କୁମାରଙ୍କୁ ଦଳ ବିଶ୍ରାମ ଦେଇପାରେ । ବାମହାତୀ ପେସର ଖଲିଲ ଅହମ୍ମଦ କୋହଲିଙ୍କ ଅନ୍ୟତମ ବୋଲର ହୋଇପାରନ୍ତି । ସ୍ପିନ ବିଭାଗ ଦାୟିତ୍ବ ଜାଡେଜା, କୁଲଦିପ, ଚହଲଙ୍କ ଉପରେ ରହିଛି ।

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2019 ପରେ ଭାରତୀୟ ଦଳ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ । ବିଶ୍ବକପର ବିଜୟ ଫର୍ମକୁ ବଳବତ୍ତର ରଖିବାକୁ ଦମ ଲଗାଇବ କୋହଲି ଆଣ୍ଡ କୋ । ଅନ୍ୟପଟେ ଇଣ୍ଡିଜ ଭେଟେରାନ କ୍ରିସ ଗେଲଙ୍କୁ ଦିନିକିଆ ଦଳରେ ସାମିଲ କରିଛି । ତେବେ ବିଶ୍ବକପରେ ଗେଲଙ୍କ ବ୍ୟାଟ ନୀରବ ରହିଥିଲା । ତେଣୁ ଘରୋଇ ପରିବେଶରେ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିଛି । ଜନ କାମ୍ପବେଲ, ରୋଷ୍ଟନ ଚେଜ, ଓ ଅଲରାଉଣ୍ଡର କିମୋ ପଲ ଇଣ୍ଡିଜ ପାଇଁ ପ୍ରମୁଖ ଭୁମିକା ନିଭେଇ ପାରନ୍ତି।
ତେବେ ପ୍ରଦର୍ଶନ ଓ ଅଭିଜ୍ଞତା ଦୃଷ୍ଟିରୁ ମ୍ୟାଚ ପୂର୍ବରୁ ଭାରତର ପଲ୍ଲା ଭାରୀ ରହିଛି ।

ଭାରତୀୟ ଦିନିକିଆ ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, କେଏଲ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ରିଷଭ ପନ୍ତ(ୱିକେଟକିପର), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମୀ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ନବଦୀପ ସାଇନି।

ୱେଷ୍ଟିଇଣ୍ଡିଜ ଦିନିକିଆ ଦଳ: ଜାସନ ହୋଲ୍ଡର(କ୍ୟାପଟେନ), କ୍ରିସ ଗେଲ, ଜନ କାମ୍ପବେଲ, ଇଭିନ ଲୁଇସ, ସାଇ ହୋପ, ସିମ୍ରନ ହେଟମେୟର, ନିକୋଲାସ ପୋରନ(ୱିକେଟ କିପର), ରୋଷ୍ଟନ ଚେଜ, ପାବିଏଲ ଆଲେନ, କାର୍ଲସ ବ୍ରାଥୱେଟ, କିମୋ ପଲ, ସେଲଜନ କଟ୍ରେଲ, ଓସାନେ ଥୋମାସ ଓ କିମାର ରୋଚ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.