ETV Bharat / sports

ବାରବାଟୀ ବ୍ୟାଟେଲ ସଫଳ: ପ୍ରଶଂସା ସାଉଣ୍ଟୁଛି ଓସିଏ

author img

By

Published : Dec 24, 2019, 12:36 PM IST

Updated : Dec 24, 2019, 1:13 PM IST

ବାରବାଟୀ ଦିନିକିଆର ସଫଳ ଆୟୋଜନ ଓସିଏ (ଓଡିଶା କ୍ରିକେଟ ଆସୋସିଏସନ) ପାଇଁ ଥିଲା ଏକ ବିଗ ଚାଲେଞ୍ଜ । ଏନେଇ 6 ମାସର କାମକୁ ମାତ୍ର 20 ଦିନରେ କରି ଦେଖାଇଛୁ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ind-vs-wi-barabati-odi-was-the-big-challange-for-oca
ବାରବାଟୀ ଦିନିକିଆର ସଫଳ ଆୟୋଜନ ଓସିଏ ପାଇଁ ଥିଲା ବିଗ୍‌ ଚାଲେଞ୍ଜ

କଟକ: ବାରବାଟୀ ବିଗ ଫାଇଟରେ ବାଜି ମାରିନେଲା ବିରାଟ ବାହିନୀ । ବିଶାଳ ସ୍କୋରକୁ ପାର କଲା ଟିମ ଇଣ୍ଡିଆ । ପୋଲର୍ଡ଼ ଓ ପୋରନଙ୍କ ଧୂଆଁଧାର ପାଳିକୁ ଫିକା ପକାଇଲେ ରନମେସିନ ବିରାଟ, ରୋହିତ ଓ ରାହୁଲ । ବାରବାଟି ରେକର୍ଡକୁ ପୁଣି ଦୋହରାଇଲା ବିରାଟ ବ୍ରିଗେଡ଼ । ତେବେ ଏହି ମ୍ୟାଚର ସଫଳ ଆୟୋଜନ ଓସିଏ (ଓଡିଶା କ୍ରିକେଟ ଆସୋସିଏସନ) ପାଇଁ ଥିଲା ଏକ ବିଗ ଚାଲେଞ୍ଜ ।

ବାରବାଟୀ ବ୍ୟାଟେଲ ସଫଳ: ପ୍ରଶଂସା ସାଉଣ୍ଟୁଛି ଓସିଏ

ଶେଷ ହେଲା ବାରବାଟୀ ବିଗ ଫାଇଟ । ଟାଇଟେଲ ଟକ୍କରରେ ଟ୍ରଫି ହାତେଇଲା ଭାରତ । ଆଉ ଏହି ମେଗା ଇଭେଣ୍ଟ ଆୟୋଜନ ଓସିଏ ପାଇଁ ଥିଲା ଏକ ବିଗ ଚାଲେଞ୍ଜ । କାରଣ ଫନି ବାତ୍ୟା ପରେ ଷ୍ଟାଡିୟମର ସ୍ଥିତି ପୁରା ବେହାଲ ହୋଇ ପଡିଥିଲା । ଫ୍ଲଡ଼ ଲାଇଟ, ଗ୍ୟାଲେରୀ, ପାଭିଲିୟନ ଓ ପ୍ରେସବକ୍ସ ଆଦି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ଏପରି ସ୍ଥଳରେ କାହାରି ବିଶ୍ବାସ ନଥିଲା ଯେ, ବାରଵାଟିକୁ ପୁଣିଥରେ ଫେରିବ ଅନ୍ତର୍ଜାତୀୟ ମ୍ୟାଚ । କିନ୍ତୁ ଓସିଏର ନବ ନିର୍ବାଚିତ ଟିମ ଏହାକୁ ସଫଳ ରୂପାୟନ ଦେଇପାରିଛି । 6 ମାସର କାମକୁ ମାତ୍ର 20 ଦିନରେ କରି ଦେଖାଇଛୁ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଅନ୍ୟପଟେ ଏହି ମେଗା ମ୍ୟାଚ ଆୟୋଜନ କମିଶନରେଟ ପୋଲିସ ପାଇଁ ମଧ୍ୟ ଥିଲା ବଡ଼ ଚାଲେଞ୍ଜ । ମ୍ୟାଚ ପାଇଁ ବାରବାଟୀ ଭେନ୍ୟୁ ହେବା ଦିନଠୁ ନିଜର ବ୍ଲୁ ପ୍ରିଣ୍ଟ ଆରମ୍ଭ କରିଥିଲା କମିଶନରେଟ ପୋଲିସ । କିପରି ମ୍ୟାଚକୁ ସଫଳ ରୂପେ ଆୟୋଜନ କରି ହେବ । ସେଥିପାଇଁ ଷ୍ଟାଡିୟମରେ ପ୍ରତିଦିନ ଛାଉଣୀ ମାରୁଥିଲେ କମିଶନରେଟ ପୋଲିସର ଉଚ୍ଚପଦସ୍ଥ ଅଧିକାରୀ । ମ୍ୟାଚ ଦିନ 80 ପ୍ଲାଟୁନ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ମୃତୟନ ହୋଇଥିଲେ ।

ତେବେ ଦିନିକିଆ ପରେ ଏବେ ଓସିଏର ନଜର ଟେଷ୍ଟା ମ୍ୟାଚ ଉପରେ । ଆଗାମୀ ଇଂଲଣ୍ଡ ଗସ୍ତର ପିଙ୍କ ବଲ ଟେଷ୍ଟ ମ୍ୟାଚ ଯଦି ବାରବାଟୀ ଆୟୋଜନ କରେ, ତେବେ ଭାରତୀୟ କ୍ରିକେଟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ପାଇବ ବାରବାଟୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବାରଵାଟି ବିଗ ଫାଇଟ ରେ ବାଜି ମାରିନେଲା ବିରାଟ ବାହିନୀ । ବିଶାଳ ସ୍କୋର କୁ ପାର କଲା ଟିମ ଇଣ୍ଡିଆ । ପୋଲର୍ଡ଼ ଓ ପୋରନ ଙ୍କ ଧୂଆଁଧାର ପାଳି କୁ ଫିକା ପକାଇଲେ ରନ ମେସିନ ବିରାଟ ରୋହିତ ଓ ରାହୁଲ । ବାରଵାଟି ରେକର୍ଡ କୁ ପୁଣି ଦୋହରାଇଲା ବିରାଟ ବ୍ରିଗେଡ଼ । ତେବେ ଏହି ମ୍ୟାଚ ର ସଫଳ ଆୟୋଜନ ରେ କାହାର ହାତ ଆସନ୍ତୁ ଜାଣିବା ।

Body:ଭିଓ୧: ବାରଵାଟି ରେ ସରିଲା ଫାଇନାଲ ଫାଇଟ । ଟ୍ରଫି ହାତେଇଲା ଭାରତ । ତେବେ ଏହି ମେଗା ଆୟୋଜନ କେଉଁ ଢ଼ଙ୍ଗରେ ସଫଳ ହେଲା ତାହା ମଧ୍ୟ ଏବେବି ପ୍ରଶ୍ନବାଚୀ । ଫନି ପରେ ଷ୍ଟାଡିଅମ ର ସ୍ଥିତି ପୁରା ବେହାଲ ଥିଲା ବେଳେ ।କେହି ବିଶ୍ୱାସ ବି କରିନଥିଲେ ବାରଵାଟି କୁ ଫେରିବ ମ୍ୟାଚ । କିନ୍ତୁ ଓସିଏ ର ନୂଆ ଟିମ ଏହାକୁ ସଫଳ କରି ଦେଖାଇଛି । 6 ମାସ ର କାମ କୁ 20 ଦିନ ରେ କରି ଦେଖାଇଚି ଓସିଏ । ବାତ୍ୟା ର ପ୍ରଭାବ ରେ ଷ୍ଟାଡିଅମ ପୁରା ଜରାଜିର୍ଣ ହୋଇପଡିଥିଲା । ଫ୍ଲଡ଼ ଲାଇଟ , ଗ୍ୟାଲେରୀ, ପାଭିଲିୟନ , ପ୍ରେସ ବକ୍ସ ଇତ୍ୟାଦି ପୁରା ବେହାଲ ହୋଇଥିଲା । ଯାହାକୁ ସଜାଡ଼ିବା ପାଇଁ ପଖାପାଖି 6 ମାସ ର ସମୟ ଲାଗିଥାନ୍ତା । କିନ୍ତୁ ଏହି ମ୍ୟାଚ କୁ ବିସିସିଆଇ ବାରଵାଟି କୁ ଭେନ୍ୟୁ କରିବା ପରେ । ଓସିଏ ଦେଖାଇଥିଲ ତତ୍ପରତା । ଆଉ ମାତ୍ର 20 ଦିନ ମଧ୍ୟରେ ସାରିଥିଲା କାମ । ଯାହାକୁ ନେଇ ବେଶ ଖୁସି ଜାହିର କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ)

ଭିଓ୨: ଅନ୍ୟପଟେ ଏହି ମେଗା ମ୍ୟାଚ ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ବାରଵାଟି ଭେନ୍ୟୁ ହେବା ଦିନ ଠୁ ନିଜର ବ୍ଲୁ ପ୍ରିଣ୍ଟ ଆରମ୍ଭ କରିଥିଲା କମିଶନରେଟ ପୋଲିସ । କିପରି ମ୍ୟାଚ କୁ ସଫଳ ରୂପେ ଆୟୋଜନ କରି ହେବ । ସେଥିପାଇଁ ଷ୍ଟାଡିଅମ ରେ ପ୍ରତିଦିନ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଆସି ଜାଞ୍ଚ ଜାରି ରଖିଥିଲେ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ 80 ପ୍ଲାଟୁନ ଫୋର୍ସ ମ୍ୟାଚ କୁ ସୁରକ୍ଷା ପ୍ରଦାନ କରିଥିଲେ । କିଛି କିଛି ସ୍ଥାନ ରେ ହୁଏତ ତ୍ରୁଟି ରହିଠାଇ ପାରେ କିନ୍ତୁ ଅଧିକାଂଶ ସ୍ଥାନ ରେ ସଫଳ ହୋଇଛି କମିଶନରେଟ ପୋଲିସ ।

ବାଇଟ: ଅଖିଳେସ୍ୱର ସିଂ( ଡିସିପି କଟକ)

Conclusion:ଫାଭିଓ: ବାରବାଟୀ କୁ ଫେରିଲା ମ୍ୟାଚ । ଖୁସି ରେ ଆତ୍ମହରା ଦର୍ଶକ । ତେବେ ଆସନ୍ତା ଦିନ ମାନଙ୍କ ରେ ଯଦି ଗୋଲାପୀ ଟେଷ୍ଟ ବାଇବାଟି ରେ ହୁଏ ତେବେ ଓଡିଶା କ୍ରୀଡା ଜଗତ ରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
Last Updated : Dec 24, 2019, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.