ETV Bharat / sports

ମ୍ୟାଚ ବାତିଲ ପୂର୍ବରୁ ପଡିଆ ଛାଡିଥିଲେ ଖେଳାଳି: ଦେବଜିତ ସାଇକିଆ

ଆସାମ କ୍ରିକେଟ ଆସୋସିଏନର ଅଧକ୍ଷ୍ୟ ଦେବଜିତ ସାଇକିଆ କହିଛନ୍ତି, "ବର୍ଷା ପରେ 9.30ରେ ଦୁଇ ଫିଲ୍ଡ ଅମ୍ପେୟାର ପିଚ୍‌ ତଦାରଖ କରିବା ପାଇଁ ଆସିଥିଲେ । ମାତ୍ର 9ଟା ପୂର୍ବରୁ ମ୍ୟାଚ ବାତିଲ ହୋଇଯିବ ଭାବି କିଛି ଖେଳାଳି ପଡିଆ ଛାଡିସାରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ଆମକୁ ମ୍ୟାଚ ବାତିଲ କରିବାକୁ ପଡିଥିଲା ।"

author img

By

Published : Jan 6, 2020, 10:42 PM IST

Ind vs SL
ପ୍ରଥମ ଟି-20

ଗୌହାଟୀ: ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜର ପ୍ରଥମ ମ୍ୟାଚ ବର୍ଷାରେ ଧୋଇଯାଇଛି । ସ୍ଥାନୀୟ ବର୍ଷାପରା ଷ୍ଟାଡିୟମରେ ଖେଳାଯିବାକୁ ଥିଲା ବର୍ଷର ପ୍ରଥମ ମ୍ୟାଚ । ମାତ୍ର ବର୍ଷା ପରେ ପିଚ ଓଦା ହୋଇଯାଇଥିବାରୁ ଖେଳ ସମ୍ଭବପର ହୋଇ ପାରିନଥିଲା । କାରଣ ଘୋଢା ଯାଇଥିବା ପାଲରେ କଣା ଥିବାରୁ ଏପରି ଘଟିଥିଲା । ଯାହାକୁ ନେଇ ଆସାମ କ୍ରିକେଟ ଆସୋସିଏନକୁ ଟ୍ରୋଲ ହେବାକୁ ପଡିଛି ।

ମାତ୍ର ଦୋଷ ଘୋଡାଇବାକୁ ଯାଇ ଆସାମ କ୍ରିକେଟ ଆସୋସିଏନର ଅଧକ୍ଷ୍ୟ ଦେବଜିତ ସାଇକିଆ ସୋମବାର ଏମିତି କିଛି ବୟାନ ଦେଇଛନ୍ତି । ସେ କହିଛନ୍ତି, "ବର୍ଷା ପରେ 9.30ରେ ଦୁଇ ଫିଲ୍ଡ ଅମ୍ପେୟାର ପିଚ୍‌ ତଦାରଖ କରିବା ପାଇଁ ଆସିଥିଲେ । ମାତ୍ର 9ଟା ପୂର୍ବରୁ ମ୍ୟାଚ ବାତିଲ ହୋଇଯିବ ଭାବି କିଛି ଖେଳାଳି ପଡିଆ ଛାଡିସାରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ମ୍ୟାଚ ବାତିଲ କରିବାକୁ ପଡିଥିଲା ।"

ଉଲ୍ଲେଖଥାଉ କି, ରବିବାର ମ୍ୟାଚରେ ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଟସ୍‌ ପଡିବା ପରେ ଲଗାତାର ବର୍ଷା ଲାଗିରହିଥିଲା । ତେବେ ସିରିଜର 2ୟ ମ୍ୟାଚ ଆସନ୍ତାକାଲି(ମଙ୍ଗଳବାର) ଇନ୍ଦୋରର ହଲକୋର ଷ୍ଟାଡିୟମରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.