ନୂଆଦିଲ୍ଲୀ: ଭାରତ ବିପକ୍ଷରେ ସେପ୍ଟେମ୍ବର 15ରୁ ଆରମ୍ଭ ହେବାକୁ ଥିବା ଟି20 ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ଦଳରେ ସ୍ଥାନ ପାଇଥିବା ଜେଜେ ସ୍ମୁଟସ ସ୍ଥାନରେ ଜର୍ଜ ଲିଣ୍ଡଙ୍କୁ ସାମିଲ କରାଯାଇଛି । ଏନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଜର୍ଜ ଲିଣ୍ଡ ନିକଟରେ ଭାରତ-ଏ ବିପକ୍ଷରେ ଅନଅଫିସିଆଲ ଦିନିକିଆ ସିରିଜ ଖେଳିଛନ୍ତି । 27 ବର୍ଷିୟ ଯୁବ ବାମହାତୀ ସ୍ପିନର ଜର୍ଜ ଲିଣ୍ଡ ଭାରତ -ଏ ବିପକ୍ଷରେ ଶାଣିତ ବୋଲିଂ କରି 3ଟି ୱିକେଟ ଅକ୍ତିଆର କରିଥିଲେ । ଏତିସହିତ ବିଷ୍ପୋରକ 52 ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଦକ୍ଷିଣ ଆଫ୍ରିକା ଟି20 ଦଳ: କ୍ବିଣ୍ଟନ ଡିକକ(କ୍ୟାପଟେନ/ୱିକେଟ କିପର), ରାସି ଭାନ ଡର ଡସନ, ତେମ୍ବା ବାଭୁମା, ଜୁନିୟର ଡାଲା, ବିଜର୍ନ ଫର୍ଚ୍ୟୁଇନ, ବେଉରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଆନରିଚ ନର୍ଟଜେ, ଆଣ୍ଡିଲେ ଫେହେଲୁକାଓ୍ବ, ଡ୍ବାଇନ ପ୍ରିଟୋରିସ, କାସିଗୋ ରବାଡା, ତାବ୍ରାଇଜ ସାମସି, ଜର୍ଜ ଲିଣ୍ଡ ।