ETV Bharat / sports

ବିଶାଖାପାଟନାମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ସାମ୍ନାରେ 395 ରନର ଟାର୍ଗେଟ - ବିଶାଖାପାଟନାମ୍‌ ଟେଷ୍ଟ

2ୟ ଇଂନିସରେ 323/4ରେ ପାଳି ଘୋଷଣା କରିଛି ଭାରତ । ଦକ୍ଷିଣ ଆଫ୍ରିକା ସାମ୍ନାରେ 395 ରନର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: twitter@BCCI
author img

By

Published : Oct 5, 2019, 5:49 PM IST

ବିଶାଖାପାଟନାମ: ଦକ୍ଷିଣ ଆଫ୍ରିକା ସାମ୍ନାରେ 395 ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ । 2ୟ ଇଂନିସରେ 323/4ରେ ପାଳି ଘୋଷଣା କରିଛି ଭାରତ । ଭାରତ ପକ୍ଷରୁ ପୁଣି ଓପନର ରୋହିତ ଶର୍ମା 2ୟ ଇଂନିସରେ ଶତକୀୟ ପାଳି ଖେଳିଛନ୍ତି । 149 ବଲରେ ରୋହିତ 10 ଚୌକା ଓ 7 ଛକା ସହାୟତାରେ 127ରନର ଧୂଆଁଧାର ପାଳି ଖେଳିଛନ୍ତି ।

ପ୍ରଥମ ଇଂନିସରେ ଦ୍ବିଶତକ ହାସଲ କରିଥିବା ମୟଙ୍କ ଅଗ୍ରୱାଲ 7ରନ କରି ଆଉଟ ହୋଇଥିଲେ । ମାତ୍ର ରୋହିତଙ୍କୁ ନୂଆ ପାର୍ଟନର ଭାବେ ପୂଜାରା ସାଥ ଦେଇଥିଲେ । 13 ଚୌକା ଓ 2 ଛକା ସହାୟତାରେ 81 ରନର ପାଳି ଖେଳିଥିଲେ ପୂଜାରା । ଏହାପରେ ରବିନ୍ଦ୍ର ଜାଡେଜା ଦ୍ରୁତ 40 ରନର ପାଳି ଖେଳିଥିଲେ । କ୍ୟାପଟେନ କୋହଲି ଓ ରାହାଣେ ଭାରତର ସ୍କୋରକୁ 300 ପାର କରାଇଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ସ୍ପିନର କେଶବ ମହାରାଜ ସର୍ବାଧିକ 2ଟି ୱିକେଟ ହାସଲ କରିଥିଲେ । ରବାଡା ଓ ଫିଲାଣ୍ଡର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.