ETV Bharat / sports

ବିଶାଖାପାଟନାମ୍‌ ଟେଷ୍ଟ: 2ୟ ଦିନ ଖେଳ ଶେଷ, ଭାରତର ପଲ୍ଲା ଭାରୀ - ମୟଙ୍କ ଅଗ୍ରୱାଲ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ଖେଳାଯାଉଥିବା ପ୍ରଥମ ଟେଷ୍ଟର 2ୟ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା 39 ରନରେ 3ଟି  ୱିକେଟ ହରାଇଛି । ଭାରତର ସ୍କୋର ଠାରୁ 463 ରନ ପଛରେ ରହିଛି ।

ଫଟୋ ସୌଜନ୍ୟ: twitter@BCCI
author img

By

Published : Oct 3, 2019, 7:09 PM IST

ବିଶାଖାପାଟନାମ୍‌: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ଖେଳାଯାଉଥିବା ପ୍ରଥମ ଟେଷ୍ଟର 2ୟ ଦିନ ଖେଳ ଶେଷ ହୋଇଛି । 2ୟ ଦିନରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଛି । ମୟଙ୍କ ଅଗ୍ରୱାଲଙ୍କ ଜବରଦସ୍ତ ଦ୍ବିଶତକ ଓ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ 502 ରନରେ ପ୍ରଥମ ଇଂନିସ ଘୋଷଣା କରିଥିଲା ।

ଏହାପରେ ଭାରତ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆରମ୍ଭ ହୋଇଥିଲା । ବହୁଦିନର ବ୍ୟବଧାନ ପରେ ଭାରତୀୟ ଦଳକୁ ଫେରିଥିବା ଅଶ୍ବିନ ଭାରତକୁ ପ୍ରଥମ 2ଟି ସଫଳତା ଦେଇଥିଲେ । ଆଡମ ମାକ୍ରମ ଓ ଥିଉନିସ ଡି ବ୍ରୁନଙ୍କୁ ଯଥାକ୍ରମେ 5 ଓ 4 ରନ କରିଥିବା ବେଳେ ପ୍ୟାଭିଲିୟନ ଫେରାଇଥିଲେ ଅଶ୍ବିନ । ପରେ ଜାଡେଜା ଡେନ ପିଏଡଟ କୌଣସି ରନ କରିବା ପୂର୍ବରୁ ଆଉଟ କରିଥିଲେ । ଫଳରେ 2ୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା 39 ରନରେ 3ଟି ୱିକେଟ ହରାଇଛି । ଭାରତର ସ୍କୋର ଠାରୁ 463 ରନ ପଛରେ ରହିଛି । ଡିନ ଏଲଗାର 27 ଓ ତେମ୍ବା ବାଭୁମା 2 ରନର କରି ଅପରାଜିତ ଅଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.