ୱେଲିଂଟନ: ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବଡ ବିଜୟ। ୱେଲିଂଟନ ଟେଷ୍ଟକୁ 10 ୱିକେଟରେ ଜିତିନେଇଛି ଘରୋଇ ଦଳ। ମ୍ୟାଚ ପରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଦଳ ବ୍ୟାଟିଂ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି। କୌଣସି ପରିସ୍ଥିତିରେ ଏହି ପ୍ରଦର୍ଶନ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।
![IND VS NZ](https://etvbharatimages.akamaized.net/etvbharat/prod-images/6180379_ffff.jpg)
ମ୍ୟାଚର ଉଭୟ ଇଂନିସରେ ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ଏପରିକି କ୍ୟାପଟେନ ବିରାଟ କୋହଲି ପ୍ରଥମ ଇଂନିସରେ 2 ଓ 2ୟ ଇଂନିସରେ 19 ରନ କରି ଆଉଟ ହୋଇଥିଲେ । ଭାରତୀୟ ଦଳ ଦୁଇଟିଯାକ ଇଂନିସରେ 200ରନ ଅତିକ୍ରମ କରିପାରିନଥିଲା।