ETV Bharat / sports

ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ, ଇଂଲଣ୍ଡ ସାମ୍ନାରେ ଟାର୍ଗେଟ 225 - ମୋଦି ଷ୍ଟାଡିୟମରେ ବିସ୍ଫୋରକ ବ୍ୟାଟିଂ

ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ ହରାଇ 224 ରନ କରିଛି ଭାରତ । ଫଳରେ ଇଂଲଣ୍ଡ ସାମ୍ନାରେ 225 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

5tht20: India set a huge target of 225 to england
ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ, ଇଂଲଣ୍ଡ ସାମ୍ନାରେ ଟାର୍ଗେଟ 225
author img

By

Published : Mar 20, 2021, 9:00 PM IST

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଟି20 ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଟସ ହାରିବା ପରେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଇଂଲିସ କ୍ୟାପଟେନ ଇଆନ ମୋର୍ଗାନ । ତେବେ ଏହି ନିଷ୍ପତ୍ତି ଭାରତ ପାଇଁ ଯେପରି ବରଦାନ ସାବ୍ୟସ୍ତ ହୋଇଛି । ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ ହରାଇ 224 ରନ କରିଛି ଦଳ । ଫଳରେ ଇଂଲଣ୍ଡ ସାମ୍ନାରେ 225 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ।

କ୍ୟାପଟେନ ବିରାଟ କୋହଲି ଓ ଭାଇସ କ୍ୟାପଟେନ ରୋହିତ ଶର୍ମା ଓପନିଂ ଯୋଡିରେ 91 ରନ ଯୋଡିଥିଲେ । ରୋହିତ 34 ବଲ୍‌ରୁ 4 ଚୌକା ଓ 5 ଛକା ସହାୟତାରେ 64 ରନର ବିସ୍ଫୋରକ ଇଂନିସ ଖେଳିବା ସହ ସମସ୍ତ ଇଂଲିସ ବୋଲରଙ୍କୁ ମହଙ୍ଗା ସାବ୍ୟସ୍ତ କରାଇଥିଲେ ।

ପରେ ସୂର୍ଯ୍ୟକୁମାର ଯାଦବ 17 ବଲରୁ 3 ଚୌକା ଓ 2 ଛକା ସହାୟତାରେ ଦ୍ରୁତ 32 ରନ କରି ଆଉଟ ହୋଇଥିଲେ । ମାତ୍ର କୋହଲି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଭାରତର ସ୍କୋର 200 ପାର୍‌ କରାଇଥିଲେ । କୋହଲି 52 ବଲ୍‌ରୁ 7 ଚୌକା ଓ 2 ଛକା ସହାୟତାରେ ମାରାଥନ 80 ଓ ପାଣ୍ଡ୍ୟା 17 ବଲ୍‌ରୁ 4 ଚୌକା ଓ 2 ଛକା ସହାୟତାରେ 39 ରନ କରିଥିଲେ ।

ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.