ETV Bharat / sports

'ମୋଟେରା'ର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆସନ୍ତାକାଲି ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ମୋଟେରାର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

'ମୋଟେରା'ର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
'ମୋଟେରା'ର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
author img

By

Published : Feb 23, 2021, 1:10 PM IST

ନୂଆଦିଲ୍ଲୀ: ଆସନ୍ତାକାଲି(ବୁଧବାର) ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ମୋଟେରାର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ବି ଉପସ୍ଥିତ ରହିବେ ।

ସୂଚନାଥାଉକି, ଆସନ୍ତକାଲି ଠାରୁ ଇଂଲଣ୍ଡ-ଭାରତ ମଧ୍ୟରେ ଟେଷ୍ଟ ସିରିଜର 3ୟ ମ୍ୟାଚ ତଥା ଡେ-ନାଇଟ ଟେଷ୍ଟ ମ୍ୟାଚ ଉକ୍ତ ଷ୍ଟାଡିୟମରେ ଖେଳାଯିବ ।

ଅହମଦାବାଦର ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମ 63ଏକର ଜମିରେ ନିର୍ମିତ। ଏଠାରେ 1.10ଲକ୍ଷ ଦର୍ଶକ ବସିବାର ବ୍ୟବସ୍ଥା ରହିଛି । ମୋଟେରା ପରେ 2ୟ ସ୍ଥାନରେ ରହିଛି ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମ । ଏହି ଷ୍ଟାଡିୟମରେ 90,000 ଦର୍ଶକ ବସି ପାରିବେ ।

ମୋଟେରାରେ 3 କର୍ପୋରେଟ ବକ୍ସ, ଅଲମ୍ପିକ ସ୍ତରର ସୁଇମିଂ ପୁଲ୍‌, ଇଣ୍ଡୋର ଏକାଡେମୀ, ଆଥଲେଟିକଙ୍କ ପାଇଁ 4ଟି ଡ୍ରେସିଂ ରୁମ୍‌, ଫୁ଼ଡ କୋର୍ଟ ଓ ଜିସିଏ କ୍ଲବ ସାମିଲ ଅଛି । ଷ୍ଟାଡିୟମରେ 6ଟି ଲାଲ ଓ 5ଟି କଳାମାଟିର ମୋଟ 11ଟି ପିଚ୍‌ ପ୍ରସ୍ତୁତ କରାଯାଇଛି । ବର୍ଷା ହେଲେ ପିଚ୍‌କୁ 30ମିନିଟ୍‌ରେ ଶୁଖାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.