ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଜିତିବାକୁ ଭାରତ ସାମ୍ନାରେ 420 ରନର ବିଜୟ ଲକ୍ଷ୍ୟ ରହିଛି। ଦ୍ବିତୀୟ ଇଂନିସରେ ଇଂଲଣ୍ଡ 178 ରନରେ ଅଲଆଉଟ ହେବାପରେ ଭାରତକୁ ଏହି ଲକ୍ଷ୍ୟ ମିଳିଛି । ପ୍ରଥମ ଇଂନିସରେ ଜୋ ରୁଟ୍ଙ୍କ ଦ୍ବିଶତକ ବଳରେ 578 ରନର ବିଶାଳ ସ୍କୋର କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଭାରତ 337 ରନରେ ସମସ୍ତ ୱିକେଟ ହରାଇଥିଲା ।
ତେବେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ ପୁଣି ଭାରତ ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ନିଜର ସ୍ପିନ ଜାଲରେ ଫସାଇ ଲୋକାଲ ବୟ ଅଶ୍ବିନ ଦ୍ବିତୀୟ ଇଂନିସରେ 6ଜଣ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ । ଫଳରେ ମାତ୍ର 178 ରନରେ ଇଂଲଣ୍ଡର ଦ୍ବିତୀୟ ଇଂନିସ ସମାପ୍ତ ହୋଇଯାଇଥିଲା । ସାହାବଜ ନଦୀମ 2ଟି ଓ ଇଶାନ୍ତ, ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ