ETV Bharat / sports

ଚତୁର୍ଥ ଦିନର ପ୍ରଥମ ସେସନ ବେଶ୍‌ ଗୁରୁତ୍ବପୂର୍ଣ୍ଣ: ପୂଜାରା - ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା

ଚତୁର୍ଥ ଦିନର ପ୍ରଥମ ସେସନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହେବ । ଏହା କହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା । ଅଧିକ ପଢନ୍ତୁ...

Ind vs Eng: First session tomorrow is most crucial one, says Cheteshwar Pujara
ଚତୁର୍ଥ ଦିନର ପ୍ରଥମ ସେସନ ବେଶ୍‌ ଗୁରୁତ୍ବପୂର୍ଣ୍ଣ: ପୂଜାରା
author img

By

Published : Feb 7, 2021, 10:31 PM IST

ଚେନ୍ନାଇ: ଚତୁର୍ଥ ଦିନର ପ୍ରଥମ ସେସନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହେବ । ଏହା କହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା । ଏଥିସହ ପୂଜାରା କହିଛନ୍ତି, ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଯଥାସମ୍ଭବ ଅଧିକ ବ୍ୟାଟିଂ କରିବାକୁ ପ୍ରୟାସ କରିବ ।

Ind vs Eng: First session tomorrow is most crucial one, says Cheteshwar Pujara
ଚେତେଶ୍ବର ପୂଜାରା

ଇଂଲଣ୍ଡର ପ୍ରଥମ ପାଳି ରନ 578 ରନ ଜବାବରେ ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ପ୍ରଥମ ପାଳିରେ 6 ୱିକେଟ ହରାଇ 257 ରନ ସଂଗ୍ରହ କରିଛି । ୱାସିଂଟନ ସୁନ୍ଦର 33 ଓ ରବିଚନ୍ଦ୍ରନ ଅଶ୍ବିନ 8 ରନ୍‌ରେ ଅପରାଜିତ ଅଛନ୍ତି ।

ଦଳୀୟ ସ୍କୋର 225 ଥିବାବେଳେ ଋଷଭ ପନ୍ତ 91 ରନର ଉପଯୋଗୀ ପାଳି ଖେଳି ଆଉଟ ହୋଇଥିଲେ । ପରେ ସପ୍ତମ ୱିକେଟ ଯୋଡିରେ ସୁନ୍ଦର ଓ ଅଶ୍ବିନ 32 ରନର ଭାଗିଦାରୀ କରିଛନ୍ତି । ସୁନ୍ଦର 68 ବଲରୁ ସାମ୍ନା କରିସାରିଥିବାବେଳେ, ଅଶ୍ବିନ 54 ବଲ ଖେଳିସାରିଛନ୍ତି ।

ରବିବାର ଖେଳ ଶେଷ ପରେ, ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ପୂଜାରା କହିଛନ୍ତି, "ଆସନ୍ତାକାଲି ପ୍ରଥମ ସେସନ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେବ । ଏହି ପିଚରେ ଆମକୁ ଲମ୍ବା ବ୍ୟାଟିଂ କରିବାକୁ ହେବ । ସ୍ପିନର ପାଇଁ ସାମାନ୍ୟ ଅନୂକୂଳ ହୋଇଛି, ମାତ୍ର ବ୍ୟାଟିଂ ପାଇଁ ମଧ୍ୟ ସୁଯୋଗ ରହିଛି । ମ୍ୟାଚରେ ଏବେବି ବହୁତ କିଛି ରହିଛି, ଆମେ ଯେତେ ସମ୍ଭବ ଇଂଲଣ୍ଡ ସ୍କୋରର ନିକଟତର ହେବା ଲକ୍ଷ୍ୟରେ ରହିଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.