ETV Bharat / sports

ବିନା ଦର୍ଶକରେ ତୃତୀୟ ଟି-20, ଅଗ୍ରଣୀ ଲକ୍ଷ୍ୟରେ ଟିମ ଇଣ୍ଡିଆ

ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି20 ସିରିଜର 3ୟ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ...

author img

By

Published : Mar 16, 2021, 3:48 PM IST

IND vs ENG, 3rd T20I: Confident India look to build on new approach vs England
ବିନା ଦର୍ଶକରେ ତୃତୀୟ 20, ଅଗ୍ରଣୀ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ଟି20 ସିରିଜର 3ୟ ମ୍ୟାଚ ଖେଳାଯିବ । 5ମ୍ୟାଚ ବିଶିଷ୍ଟ ଟି20 ସିରିଜ ବର୍ତ୍ତମାନ 1-1ରେ ବରାବର ରହିଛି । ଫଳରେ ବିଜୟ ସହ ଅଗ୍ରଣୀ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚକୁ ମିଶାଇ ସିରିଜର ଶେଷ 3ଟି ମ୍ୟାଚରେ ଦର୍ଶକଙ୍କୁ ଷ୍ଟାଡିୟମକୁ ବାରଣ କରାଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସତର୍କତାମୂଳକ ପଦକ୍ଷେପ ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛି ଗୁଜୁରାଟ କ୍ରିକେଟ ଆସୋସିଏସନ ।

IND vs ENG, 3rd T20I: Confident India look to build on new approach vs England
ସିରିଜରେ ଅଗ୍ରଣୀ ଲକ୍ଷ୍ୟରେ ଟିମ ଇଣ୍ଡିଆ

ପ୍ରଥମ ମ୍ୟାଚରେ ପରାଜୟ ପରେ ସିରିଜର ଦ୍ବିତୀୟ ମ୍ୟାଚରେ ଦମଦାର କମବ୍ୟାକ କରିଥିଲା ଭାରତ। ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି । ଦ୍ବିତୀୟ ମ୍ୟାଚରେ ଭାରତୀୟ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ସହ ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା ।

ଇଶାନ ବିସ୍ଫୋରକ ବ୍ୟାଟିଂ ସହ 32 ବଲ୍‌ରୁ 56 ରନର ମ୍ୟାଚ ବିଜୟୀ ଇଂନିସ ଖେଳିବା ସହ ମ୍ୟାଚ ଅଫ୍‌ ଦ ମ୍ୟାଚ ମଧ୍ୟ ହୋଇଥିଲେ ।

ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନଙ୍କ ଅନୁଯାୟୀ, ତୃତୀୟ ମ୍ୟାଚ ପିଚ୍‌ ସ୍ପିନରଙ୍କୁ ସୁହାଇବାର ସମ୍ଭାବନା ରହିଛି । ଭାରତୀୟ ବୋଲର ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାରେ ସଫଳ ହୋଇଥିଲେ । ଇଂଲିସ ଟିମ ପକ୍ଷରୁ କେବଳ ଜେସନ ରୟ 35 ବଲ୍‌ରୁ 46 ରନର ଇଂନିସ ଖେଳିଥିଲେ ।

ତେବେ ଯଦି ସ୍ପିନ ଅନୁକୂଳ ପିଚ୍‌ ହୁଏ, ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଖେଳିବା ସମ୍ଭାବନା ବଢିଯିବ । କାରଣ ନିକଟରେ ଟେଷ୍ଟ ସିରିଜରେ ଘାତକ ସାବ୍ୟସ୍ତ ହୋଇଥିଲେ ଅକ୍ଷର । ମାତ୍ର ପ୍ରଥମ ଟି20ରେ ମହଙ୍ଗା ସାବ୍ୟସ୍ତ ହେବାପରେ ଦ୍ବିତୀୟ ମ୍ୟାଚରେ ଚୂଡାନ୍ତ ଏକାଦଶରୁ ବାଦ ପଡିଥିଲେ ।

ଏହି ମ୍ୟାଚରେ ଓପନର ରୋହିତ ଶର୍ମା ଦଳକୁ ଫେରିପାରନ୍ତି । ପ୍ରଥମ ଦୁଇଟି ଟି20ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଫଳରେ ଚୂଡାନ୍ତ ଏକାଦଶରେ କେଏଲ ରାହୁଲଙ୍କ ସ୍ଥାନ ରୋହିତ ନେଇପାରନ୍ତି ।

ଟିମ:

ଭାରତ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), ଇଶାନ କିଶନ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ, ଟି.ନଟରାଜନ, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସାଇନି ଓ ଶାର୍ଦ୍ଦୁଳ ଠାକୁର ।

ଇଂଲଣ୍ଡ: ଇଆମ ମୋର୍ଗାନ(କ୍ୟାପଟେନ), ମୋଇନ ଅଲୀ, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ(ୱିକେଟ କିପର), ସାମ ବିଲିଙ୍ଗ୍ସ, ଜସ ବଟଲର(ୱିକେଟ କିପର), ସାମ କରନ, ଟମ କରନ, କ୍ରିସ ଜୋର୍ଡାନ, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ ମଲାନ, ଆଦିଲ ରସିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରିସ ଟପଲେ ଓ ମାର୍କ ଉଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.