ETV Bharat / sports

2ୟ ଦିନିକିଆରେ ବେୟାରଷ୍ଟୋ-ଷ୍ଟୋକ୍ସଙ୍କ ଧମାକା, ଭାରତ ଧରାଶାୟୀ

337 ରନର ବିଜୟ ଲକ୍ଷ୍ୟକୁ 43. 3 ଓଭରରେ 4 ୱିକେଟ ହରାଇ ହାସଲ କରିନେଇଛି ଇଂଲଣ୍ଡ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ 1-1ରେ ବରାବର । ଅଧିକ ପଢନ୍ତୁ...

author img

By

Published : Mar 26, 2021, 10:01 PM IST

IND vs ENG, 2nd ODI: Stokes, Bairstow blow away India to level series
ଦ୍ବିତୀୟ ଦିନିକିଆରେ ଭାରତ ପରାସ୍ତ, ବେୟାରଷ୍ଟୋ-ଷ୍ଟୋକ୍ସଙ୍କ ଧମାକା

ପୁନେ: ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚରେ 6 ୱିକେଟରେ ଜିତିନେଇଛି ଇଂଲଣ୍ଡ । 337 ରନର ବିଜୟ ଲକ୍ଷ୍ୟକୁ 43. 3 ଓଭରରେ 4 ୱିକେଟ ହରାଇ ହାସଲ କରିନେଇଛି ଭ୍ରମଣକାରୀ ଦଳ । ଫଳରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ 1-1ରେ ବରାବର ହୋଇଛି ।

ଓପନର ଜନ୍ନି ବେୟାରଷ୍ଟୋଙ୍କ 112 ବଲ୍‌ରୁ 11 ଚୌକା ଓ 7ଟି ଛକା ସହାୟତାରେ 124 ରନର ମାରାଥନ ଶତକୀୟ ଇଂନିସ ଓ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏକତରଫା ବିଜୟ ହାସଲ କରିଛି ଇଂଲଣ୍ଡ । ଷ୍ଟୋକ୍ସ ଓ ବେୟାରଷ୍ଟୋ ପ୍ରାୟ ସମସ୍ତ ବେଲାରଙ୍କୁ ମହଙ୍ଗା ସାବ୍ୟସ୍ତ କରିଥିଲେ । 52 ବଲ୍‌ରୁ 4 ଚୌକା ଓ 10 ଛକା ସହାୟତାରେ 99 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ଷ୍ଟୋକ୍ସ । ଅନ୍ୟତମ ଓପନର ଜେସନ ରୟ ମଧ୍ୟ 55 ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ ।

ସ୍ପିନର କୁଲଦୀପ ଯାଦବ ଭାରତ ପକ୍ଷରୁ ସର୍ବାଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । 10 ଓଭରରେ 84 ରନ ବ୍ୟୟ କରିଥିଲେ କୁଲଦୀପ । କ୍ରୁଣାଳ ପାଣ୍ଡ୍ୟା ମଧ୍ୟ 6 ଓଭରରେ 72 ରନ ବ୍ୟୟ କରିଥିଲେ । ପ୍ରସିଦ୍ଧ କ୍ରୀଷ୍ଣାଙ୍କୁ 2ଟି ଓ ଭୁବନେଶ୍ବର କୁମାର ଗୋଟିଏ ୱିକେଟ ଅକ୍ତିଆର କରିବାକୁ ସମର୍ଥ ହୋଇଥିଲେ ।

ପୂର୍ବରୁ କେଏଲ ରାହୁଲଙ୍କ ଶତକ ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଦ୍ରୁତ 40 ବଲ୍‌ରୁ 77 ରନର ଇଂନିସ ବଳରେ 50 ଓଭରରେ ଭାରତ 336 ରନ କରିଥିଲା । କ୍ୟାପଟେନ ବିରାଟ କୋହଲି ମଧ୍ୟ 66 ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ମାତ୍ର ବୋଲର ମହଙ୍ଗା ସାବ୍ୟସ୍ତ ହେବାରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.