ETV Bharat / sports

ଚେପକରେ ଚମତ୍କାର: ଅଶ୍ବିନଙ୍କ ଘାତକ ବୋଲିଂରେ ଧରାଶାୟୀ ଇଂଲଣ୍ଡ

ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ 134ରେ ଅଲଆଉଟ୍‌ ଜୋ ରୁଟ୍‌ଙ୍କ ଦଳ । ଅଧିକ ପଢନ୍ତୁ...

Ind Vs End, 2nd test: India bowl out for England for 134
ଚେପକରେ ଚମତ୍କାର: ଅଶ୍ବିନଙ୍କ ଘାତକ ବୋଲିଂରେ ଧରାଶାୟୀ ଇଂଲଣ୍ଡ
author img

By

Published : Feb 14, 2021, 3:59 PM IST

Updated : Feb 14, 2021, 4:05 PM IST

ଚେନ୍ନାଇ: ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ଅଭିଜ୍ଞ ଅଶ୍ବିନଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଭ୍ରମଣକାରୀ ଇଂଲଣ୍ଡ । ମାତ୍ର 134ରେ ଅଲଆଉଟ ହୋଇଛି ଜୋ ରୁଟ୍‌ଙ୍କ ଦଳ । ଫଳରେ ଭାରତକୁ 195 ରନର ପ୍ରଥମ ଇଂନିସ ଅଗ୍ରଣୀ ମିଳିଛି ।

ୱିକେଟ କିପର ବ୍ୟାଟ୍ସମ୍ୟାନ ବେନ ଫୋକ୍ସ ଏକମାତ୍ର ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାବେ ଭାରତୀୟ ବୋଲରଙ୍କୁ ମୁକାବିଲା କରିବାରେ ସାମାନ୍ୟ ସଫଳ ହୋଇଥିଲେ । 107 ବଲ୍ ଖେଳିବା ସହ 4ଚି ଚୌକା ସହ ଅପରାଜିତ 42 ରନର ଇଂନିସ ଖେଳିଥିଲେ ।

ଅନ୍ୟ ଦୁଇ ଇଂଲଣ୍ଡ ଖେଳାଳି ଭାବେ ଓଲି ପୋପ ଓ ବେନ ଷ୍ଟୋକ୍ସ ଯଥାକ୍ରମେ 22 ଓ 18 ରନର ଉପଯୋଗୀ ଯୋଗଦାନ କରିପାରିଥିଲେ । ମାତ୍ର 60 ଓଭର ମଧ୍ୟରେ ଇଂଲକଣ୍ଡର ପ୍ରଥମ ଇଂନିସ ସମାପ୍ତ ହୋଇଛି ।

ଭାରତ ପକ୍ଷରୁ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ 43 ରନ ବ୍ୟୟରେ 5ଜଣ ଇଂଲଣ୍ଡ ଖେଳାଳିଙ୍କୁ ପାଭିଲିୟନ ଫେରାଇଥିଲେ । ଇଶାନ୍ତ ଶର୍ମା ଓ ଡେବ୍ୟୁ ମ୍ୟାତଚ ଖେଳୁଥିବା ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ ହାସଲ କରିଥିଲେ । ମହମ୍ମଦ ସିରାଜ ମଧ୍ୟ ଗୋଟିଏ ୱିକେଟ ହାତେଇଥିଲେ ।

ପୂର୍ବରୁ 329 ରନର ଭାରତ ଅଲଆଉଟ ହେଇଥିଲା । ରୋହିତ ଶର୍ମା 161 ରନର ଦମଦାର ଶତକୀୟ ଇଂନିସ ଖେଳିଥିଲେ । ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ ମଧ୍ୟ ଯଥାକ୍ରମେ 67 ଓ 58 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ଇଂଲଣ୍ଡ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ 227 ରନରେ ଜିତିବା ସହ ସିରିଜରେ 1-0ରେ ଆଗୁଆ ରହିଛି ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ 134 ଅଲଆଉଟ(ବେନ ଫୋକ୍ସ 42 ଅପରାଜିତ, ଓଲି ପୋପ 22; ରବିଚନ୍ଦ୍ରନ ଅଶ୍ବିନ 5/43 ) ବନାମ ଭାରତ 329 ଅଲଆଉଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2021, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.