ନୂଆଦିଲ୍ଲୀ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ରାତି 7ଟାରେ ଖେଳାଯିବ । ଏପଟେ ଦିଲ୍ଲୀ ଏନସିଆରରେ ଏୟାର କ୍ବାଲିଟି ଇଣ୍ଡେକ୍ସ 1000 ଟପିଯାଇଛି । ପ୍ରଦୂଷଣ ମାତ୍ରା ବଢିଯିବାରୁ ଭିଜନରେ ସମସ୍ୟା ସୃଷ୍ଟି ହୋଇଛି ।

କିନ୍ତୁ ମ୍ୟାଚ ରଦ୍ଦ ହେବକି ନାହିଁ ସନ୍ଧ୍ୟା 7ଟା ଯାଏଁ ଅପେକ୍ଷା କରିବାକୁ ବିସିସିଆଇ ବୋର୍ଡ ପକ୍ଷରୁ କୁହାଯାଇଛି ।

ଡିଡିସିଏ ଓ ପ୍ରଶାସନ ପକ୍ଷରୁ ଅରୁଣ ଜେଟଲୀ ଷ୍ଟାଡିୟମ ଆଖପାଖ ଗଛରେ ପାଣି ଛିଞ୍ଚନ କରାଯାଉଛି ।