ETV Bharat / sports

ସିଡନୀ ଟେଷ୍ଟ: ବ୍ୟାଟିଂ ବିପର୍ଯ୍ୟୟରୁ ବଞ୍ଚାଇଲା ବର୍ଷା, ଅଷ୍ଟ୍ରେଲିଆ 166/2

author img

By

Published : Jan 7, 2021, 3:48 PM IST

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ । ଷ୍ଟମ୍ପ୍‌ସ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ 166/2 । ଅଧିକ ପଢନ୍ତୁ...

IND vs AUS: Labuschagne, Pucovski guide Australia to 166/2 at stumps on Day 1
ସିଡନୀ ଟେଷ୍ଟ: ବ୍ୟାଟିଂ ବିପର୍ଯ୍ୟୟରୁ ବଞ୍ଚାଇଲା ବର୍ଷା, ଅଷ୍ଟ୍ରେଲିଆ 166/2

ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି । ଜସ ଜିତି କଙ୍ଗାରୁ ଦଳର ଅଧିନାୟକ ଟିମ ପେନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 2 ୱିକେଟ ହରାଇ 166 ରନ ସଂଗ୍ରହ କରିଛି । ଷ୍ଟମ୍ପ ଅପସାରଣ ବେଳକୁ ମାର୍ନସ ଲବୁସାନ 67 ଓ ଷ୍ଟିଭେନ ସ୍ମିଥ 31 ରନରେ ଅପରାଜିତ ରହିଛନ୍ତି ।

ସିରିଜର ପ୍ରଥମ ମ୍ୟାଚ ଖେଳୁଥିବା ଭେଟେରାନ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣରଙ୍କୁ ମ୍ୟାଚର ଚତୁର୍ଥ ଓଭରରେ ମାତ୍ର 5 ରନରେ ମହମ୍ମଦ ସିରାଡ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ତେବେ ପ୍ରାରମ୍ଭିକ ଝଟକା ସତ୍ତ୍ବେ ଦ୍ବିତୀୟ ୱିକେଟ ଯୋଡିରେ ୱିଲ ପୁକୋଭସ୍କି ଓ ମାର୍ନସ ଲବୁସାନଙ୍କ ମଧ୍ୟରେ 100 ରନର ଭାଗିଦାରୀ ହୋଇଥିଲା ।

ସିରିଜର ପ୍ରଥମ ମ୍ୟାଚ ଖେଳୁଥିବା 22 ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ ପୁକୋଭସ୍କି ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳୁଥିବା ନବଦୀପ ସାଇନି 62 ରନରେ ବ୍ୟାଟିଂ କରୁଥିବାବେଳେ ପୁକୋଭସ୍କିଙ୍କ ପାଳିକୁ ଶେଷ କରିଥିଲେ । ଏଥିସହ ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ ।

ମ୍ୟାଚର ସପ୍ତମ ଓଭରରେ ବର୍ଷା ହେବାରୁ ଖେଳାଳିଙ୍କୁ ପଡିଆ ଛାଡିବାକୁ ପଡିଥିଲା । ଘରୋଇ ଦଳର ସ୍କୋର 21/1 ରହିଥିଲା। ପରେ ଶୀଘ୍ର ମଧ୍ୟାହ୍ନ ଭୋଜନ ବିରତି ସହ ଲମ୍ବା ବେଶ କିଛି ସମୟ ବିଳମ୍ବ ପରେ ଖେଳ ପୁନଃ ଆରମ୍ଭ ହୋଇଥିଲା ।

ଭାରତୀୟ ବୋଲର ଜଶପ୍ରୀତ ବୁମରା, ସିରାଜ ଓ ରବିଚନ୍ଦ୍ରନ ଅଶ୍ବିନ କଞ୍ଜୁସ ବୋଲିଂ କରିବା ସହ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କୁ ସହଜରେ ରନ ସଂଗ୍ରହର ସୁଯୋଗ ଦେଇନଥିଲେ । ମାତ୍ର ପ୍ରଥମ ଦିନ ଖେଳର ଶେଷ 45 ମିନିଟ ଖରାପ ଫିଲ୍ଡିଂ ଯୋଗୁଁ ଭାରତୀୟ ବୋଲର ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ୱିକେଟକିପର ଋଷଭ ପନ୍ତ ପୁକୋଭସ୍କିଙ୍କ ଦୁଇଟି କ୍ୟାଚ ହାତଛଡା କରିଥିଲେ । ଗୋଟିଏ ଅଶ୍ବିନଙ୍କ ବଲରେ ଓ ଅନ୍ୟଟି ସିରାଜଙ୍କ ବଲରେ । ଫଳରେ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ ଯୁବ ବ୍ୟାଟ୍ସମ୍ୟାନ ପୁକୋଭସ୍କି । ଚା' ପାନ ବିରତି ସୁଦ୍ଧା ଅଷ୍ଟ୍ରେଲିଆର 93/1 ରହିଥିଲା ।

ଦୁଇଟି ଟେଷ୍ଟରେ ସଂଘର୍ଷ କରୁଥିବା ନଜର ଆସିଥିବା ସ୍ମିଥ ସିଡନୀରେ ସକରାତ୍ମକ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ଲବୁସାନଙ୍କ ସହ ମିଶି ତୃତୀୟ ୱିକେଟ ଯୋଡିରେ 60 ରନ ଯୋଡି ସାରିଛନ୍ତି । ଏଥିସହ ଉଭୟ ମିଶି ଘରୋଇ ଦଳକୁ ପ୍ରଥମ ଇଂନିସରେ ଏକ ବିଶାଳ ସ୍କୋର ମୁହାଁ କରାଇଛନ୍ତି ।

ସଂକ୍ଷିପ୍ତ ସ୍କୋର: 166/2 ପ୍ରଥମ ଦିନ ଷ୍ଟମ୍ପସ(ମାର୍ନସ ଲବୁସାନ 67* ୱିଲ ପୁକୋଭସ୍କି 62; ନବଦୀପ ସାଉନି 1/32)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.