ETV Bharat / sports

ବ୍ରିସବେନ ଟେଷ୍ଟ: 328 ରନ୍‌ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

author img

By

Published : Jan 18, 2021, 12:57 PM IST

ବ୍ରିସବେନ ଟେଷ୍ଟର 4ର୍ଥ ଦିନରେ ଭାରତୀୟ ବୋଲରଙ୍କ ଦବ୍‌ଦବା । 294ରେ ଘରୋଇ ଦଳ ଅଲ୍‌ଆଉଟ୍‌ । ସିରିଜ ଓ ମ୍ୟାଚକୁ ହାତେଇବା ପାଇଁ ଭାରତକୁ ଆବଶ୍ୟକ 328ରନ୍‌ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବ୍ରିସବେନ ଟେଷ୍ଟ: 328ରନ୍‌ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ବ୍ରିସବେନ: ଗାବା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ଅନ୍ତିମ ଟେଷ୍ଟର 4ର୍ଥ ଦିନର ଖେଳ । 4ର୍ଥ ଦିନ ଅଷ୍ଟ୍ରେଲିଆ ନିଜର 2ୟ ଇଂନିସରେ ସମସ୍ତ ଓ୍ବିକେଟ ହରାଇ 294ରନ୍‌ ସଂଗ୍ରହ କରିଛି । ବର୍ତ୍ତମାନ ଭାରତକୁ ବିଜୟ ପାଇଁ 328ରନ୍‌ର ଆବଶ୍ୟକତା ରହିଛି ।

ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ 369ରନ୍‌ କରିଥିବାବେଳେ ଭାରତ ତା'ର ପ୍ରଥମ ପାଳିରେ 336ରନ୍‌ରେ ଅଲ୍ଆଉଟ ହୋଇଥିଲା । 2ୟ ଇଂନିସରେ ଅଷ୍ଟ୍ରେଲିଆ ଦଳ 33ରନ୍‌ ଆଗୁଆ ରହି ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ପକ୍ଷରୁ ସ୍ମିଥ ସର୍ବାଧିକ 55ରନ୍‌ କରିଥିବାବେଳେ ଓ୍ବାର୍ଣ୍ଣର 48, ମାର୍କସ 38, ଗ୍ରୀନ 37, କମିନ୍ସ 28*, ଟିମ ପେନ 27, ନାଥନ 13, ହେଜଲଉଡ 9, ଷ୍ଟାର୍କ 1ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ଭାରତୀୟ ବୋଲର ମହମ୍ମଦ ସିରାଜ ସର୍ବାଧିକ 5ଟି ଓ୍ବିକେଟ ହାତେଇଥିବାବେଳେ ଶାର୍ଦ୍ଦୁଳ 4ଟି ଓ ଓ୍ବାସିଂଟନ ଗୋଟିଏ ଓ୍ବିକେଟ ହାତେଇବାରେ ସଫଳ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.