ETV Bharat / sports

ବ୍ରିସବେନ ଟେଷ୍ଟ: ପ୍ରଥମ ପାଳିରେ 369ରେ ଅଷ୍ଟ୍ରେଲିଆ ଅଲଆଉଟ

author img

By

Published : Jan 16, 2021, 8:24 AM IST

369 ରନ କରି ଦ୍ବିତୀୟ ଦିନରେ ସମସ୍ତ ୱିକେଟ ହରାଇଛି ଘରୋଇ ଦଳ । ବ୍ରିସବେନରେ ଚାଲିଥିବା ଏହି ଟେଷ୍ଟରେ କଙ୍ଗାରୁ ଦଳ ପକ୍ଷରୁ ମାର୍ନସ ଲବୁସାନ ଶତକୀୟ ଇଂନିସ ଖେଳିଛନ୍ତି ।

ବ୍ରିସବେନ ଟେଷ୍ଟ: ପ୍ରଥମ ପାଳିରେ 369ରେ ଅଷ୍ଟ୍ରେଲିଆ ଅଲଆଉଟ୍‌

ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର 4ର୍ଥ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଅଲଆଉଟ୍‌ । 369 ରନ କରି ଦ୍ବିତୀୟ ଦିନରେ ସମସ୍ତ ୱିକେଟ ହରାଇଛି ଘରୋଇ ଦଳ । ବ୍ରିସବେନରେ ଚାଲିଥିବା ଏହି ଟେଷ୍ଟରେ କଙ୍ଗାରୁ ଦଳ ପକ୍ଷରୁ ମାର୍ନସ ଲବୁସାନ ଶତକୀୟ ଇଂନିସ ଖେଳିଛନ୍ତି ।

ପ୍ରଥମ ଦିନର ଖେଳର ଶେଷ ସୁଦ୍ଧା ଘରୋଇ ଦଳ 5ଟି ଓ୍ବିକେଟ ହରାଇ 274ରନ୍‌ ହାସଲ କରିଥିଲା । 2ୟ ଦିନରେ ଟିମ୍‌ ପେନ(50) , କେମରେନ ଗ୍ରୀନ (47), ପାଟ କମିନ୍ସ(2), ନାଥନ ଲାୟନ(24), ଜୋସ ହେଜଲଉଡ(11) ଓ ମିଚେଲ ଷ୍ଟାର୍କ(20*) କରିଛନ୍ତି ।

ଏହି ଅନ୍ତିମ ମ୍ଯାଚରେ ଡେବ୍ୟୁ କରିଥିବା ଓ୍ବାସିଂଟନ ସୁନ୍ଦର ଓ ଟି ନଟରାଜନ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି । ଓ୍ବାସିଂଟନ ସୁନ୍ଦର, ଟି ନଟରାଜନ ଓ ଶାର୍ଦ୍ଦୁଳ ଠାକୁର 3ଟି ଲେଖାଏଁ ଓ୍ବିକେଟ ହାତେଇଥିବାବେଳେ ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲବୁସାନ ଶତକୀୟ ଇଂନିସ ଖେଳିଛନ୍ତି । 204ବଲ୍‌ରେ 108ରନ୍‌ ସଂଗ୍ରହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.