ETV Bharat / sports

OCAର ଓସିଏଲ ଆରମ୍ଭ, ପ୍ରଥମ ମ୍ୟାଚରେ ଓଡ଼ିଶା ପୁମାସ୍-ଓଡ଼ିଶା ପାନ୍ଥର୍ସ ମୁକାବିଲା

author img

By

Published : Dec 27, 2020, 5:59 PM IST

Updated : Dec 27, 2020, 10:46 PM IST

ଓଡ଼ିଶା କ୍ରିକେଟ ଆସୋସିଏସନ(OCA) ପକ୍ଷରୁ ଆରମ୍ଭ ହୋଇଥିବା ଓସିଏଲରେ 6ଟି ଟିମ ମଧ୍ୟରେ ହେବ ଜୋରଦାର ଲଢେଇ । ଅଧିକ ପଢନ୍ତୁ...

Inagural edition of OCA's OCL starts today at Barabati Stadium Cuttack
OCAର ଓସିଏଲ ଆରମ୍ଭ, ପ୍ରଥମ ମ୍ୟାଚରେ ଓଡ଼ିଶା ପୁମାସ୍-ଓଡ଼ିଶା ପାନ୍ଥର୍ସ ମୁକାବିଲା

କଟକ: ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡ଼ିଶା କ୍ରିକେଟ ଲିଗ ଟି-20 ମୁକାବିଲା । ଓଡ଼ିଶା କ୍ରିକେଟ ଆସୋସିଏସନ(OCA) ପକ୍ଷରୁ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ 6ଟି ଟିମ ମଧ୍ୟରେ ହେବ ଜୋରଦାର ଲଢେଇ ।

ନିକଟରେ ବିସିସିଆଇର ବରିଷ୍ଠ ଚୟନକର୍ତ୍ତା କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଥିବା ତଥା ପୂର୍ବତନ ଓଡିଶା କ୍ରିକେଟର ଦେବାଶିଷ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟିତ କରିଛନ୍ତି ।

ଉଦଘାଟନୀ ମୁକାବିଲାରେ ଓଡ଼ିଶା ପୁମାର୍ସ ଟିମର ଟକ୍କର ଓଡ଼ିଶା ପାନ୍ଥର୍ସ ଟିମ ସହ ହୋଇଛି । ଏହି ମୁକାବିଲାକୁ ନେଇ ଖେଳାଳିଙ୍କ ମଧ୍ୟରେ ଢେର ଉତ୍ସାହ ଦେଖା ଦେଇଛି । ଡିସେମ୍ବର ୨୭ରୁ ଜାନୁଆରୀ 13 ପର୍ଯ୍ୟନ୍ତ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଫଳରେ ଏକାଧିକ ଦକ୍ଷ ପ୍ରତିଭା ମିଳିବା ନେଇ ଆଶାବାଦୀ ଥିବା କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ନୁହେଁ ନିୟମିତ ଭଲ ପ୍ରଦର୍ଶନ ଜାରି ରଖିଲେ ହିଁ ଓଡ଼ିଆ ଖେଳାଳି ମାନେ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟିକୁ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି ଦେବାଶିଷ ମହାନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 27, 2020, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.