ETV Bharat / sports

ରୋହିତ, ବୁମରାଙ୍କ ଅନୁପସ୍ଥିତି ସତ୍ତ୍ବେ ସିରିଜ ବିଜୟ ସ୍ବତନ୍ତ୍ର: କୋହଲି - ରୋହିତ, ବୁମରାଙ୍କ ଅନୁପସ୍ଥିତି

ରୋହିତ ଶର୍ମା ଓ ଜଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ସତ୍ତ୍ବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-20 ସିରିଜ ବିଜୟରେ ଖୁସିବ୍ୟକ୍ତ କରିଛନ୍ତି କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

I'm proud that we won T20 series without established players like Rohit, Bumrah: Kohli
ରୋହିତ, ବୁମରାଙ୍କ ଅନୁପସ୍ଥିତି ସତ୍ତ୍ବେ ସିରିଜ ବିଜୟ ସ୍ବତନ୍ତ୍ର: କୋହଲି
author img

By

Published : Dec 6, 2020, 9:42 PM IST

ସିଡନି: ଅଷ୍ଟ୍ରେଲିଆ ବିପକ୍ଷରେ ଟି-20 ସିରିଜ ବିଜୟ ପରେ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ବଡ ବୟାନ । ଦଳର ପ୍ରମୁଖ ଖେଳାଳି ରୋହିତ ଶର୍ମା ଓ ଜଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ସତ୍ତ୍ବେ ପ୍ରଦର୍ଶନରେ ଖୁସିବ୍ୟକ୍ତ କରିଛନ୍ତି କୋହଲି । ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି କୋହଲି ।

ଅଲରାଉଣ୍ଡର ପାଣ୍ଡ୍ୟା, 22 ବଲରୁ ଅପରାଜିତ 42 ରନର ମାରାଥନ ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଫଳରେ ଦ୍ବିତୀୟ ଟି-20ରେ 6 ୱିକେଟ ବାକିଥାଇ ଭାରତ ବିଜୟୀ ହୋଇଥିଲା । ଫଳରେ ଭ୍ରମଣକାରୀ ଦଳ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 2-0ରେ ଆଗୁଆ ସହ ସିରିଜ କବ୍ଜା କରିଛି ।

I'm proud that we won T20 series without established players like Rohit, Bumrah: Kohli
ହାର୍ଦ୍ଦିକ ପାଣ୍ଡ୍ୟା-ବିରାଟ କୋହଲି

ରୋହିତ ଶର୍ମା ଆଇପିଏଲ ସମୟରେ ମାଂସପେଶୀ ଆଘାତ ଯୋଗୁଁ ଏହି ସିରିଜ ଖେଳିପାରିନାହାନ୍ତି । ଅନ୍ୟପଟେ ଆଗକୁ ଖେଳାଯିବାକୁ ଥିବା 4 ମ୍ୟାଚ ବିଶିଷ୍ଟ ଟି-20 ସିରିଜକୁ ଦୃଷ୍ଟିରେ ରଖି ବୁମରାଙ୍କୁ ଟି-20 ସିରିଜରୁ ବିଶ୍ରାମ ଦିଆଯାଇଛି ।

ହାର୍ଦ୍ଦିକ ପାଣ୍ଡ୍ୟା

କାନବେରାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ 11ରନରେ ବିଜୟୀ ହୋଇଥିଲା ଭାରତ । ତୃତୀୟ ମ୍ୟାଚ ମଙ୍ଗଳବାର କାନବେରାରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.