ଚେନ୍ନାଇ: ରବିବାର ହାଇଭୋଲ୍ଟେଜ ଦିନିକିଆରେ ଦେଖିବାକୁ ମିଳିଥିଲା ଭାରତୀୟ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତଙ୍କ ଜଲୱା । 71ରନର ଦମଦାର ପାଳି ଖେଳିଥିଲେ ପନ୍ତ । ମାତ୍ର ମ୍ୟାଚ ହାରିଲା ଟିମ ଇଣ୍ଡିଆ । ତେବେ ମ୍ୟାଚ ପରବର୍ତ୍ତୀ ପ୍ରେସ କନଫରେନ୍ସରେ ପନ୍ତ କହିଛନ୍ତି, ଭାରତ ପାଇଁ ଖେଳିଥିବା ପ୍ରତ୍ୟେକ ଇଂନିସ ମୋ ପାଇଁ ମହତ୍ତ୍ବପୂର୍ଣ୍ଣ ।
ଭାରତ ପକ୍ଷରୁ ପନ୍ତ ସର୍ବାଧିକ 71 ରନର ଇଂନିସରେ ଖେଳିଥିଲେ । ତାଙ୍କ ପାର୍ଟନର ଶ୍ରେୟସ ଆୟର 70 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ପନ୍ତ 69 ବଲରୁ 7 ଚୌକା ଓ 2 ଛକା ସହ ଦମଦାର 71 ରନ କରି ଆଉଟ ହୋଇଥିଲେ । ଶ୍ରେୟସ ଆୟର 88 ବଲରୁ 7 ଚକା ଓ ଗୋଟିଏ ଛକା ସହ 70 ରନ କରି ଆଉଟ ହୋଇଥିଲେ । ଉଭୟଙ୍କ ମଧ୍ୟରେ 114 ରନର ଶତକୀୟ ଭାଗିଦାରୀ ହୋଇଥିଲା ।
ମାତ୍ର ପ୍ରଥମ ଦିନିକିଆକୁ 8 ୱିକେଟରେ ଜିତି ନେଇଥିଲା ୱେଷ୍ଟଇଣ୍ଡିଜ । 288 ରନର ବିଜୟ ଲକ୍ଷ୍ୟ ସହଜରେ ହାସଲ କରିଥିଲା ଭ୍ରମଣକାରୀ ଦଳ । ପନ୍ତଙ୍କ ଲଢୁଆ ଅର୍ଦ୍ଧଶତକୀୟ ପାଳି ଫେଲ ମାରିଥିଲା ।