ETV Bharat / sports

ବିଶ୍ବକପ ଅନ୍ତରାଳେ: ଭାରତୀୟ କ୍ରିକେଟ ଜର୍ସିର ବିବର୍ତ୍ତନ - Indian cricket teams

କେଉଁ ରଙ୍ଗର ଜର୍ସି ପିନ୍ଧି କେଉଁ ବିଶ୍ବକପ ଖେଳିଥିଲା ଭାରତ ? ଆଉ ଦଳ ପାଇଁ କେତେ ଲକି ସାବ୍ୟସ୍ତ ହୋଇଥିଲା ସେହି ଜର୍ସିର ରଙ୍ଗ । ପଢନ୍ତୁ ଆମର ଏହି ସ୍ପେସାଲ ରିପୋର୍ଟ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 28, 2019, 7:30 AM IST

Updated : May 28, 2019, 6:27 PM IST

ହାଇଦ୍ରାବାଦ: ଦୁଇ ଥର ବିଶ୍ବବିଜୟୀ ହୋଇଛି ଭାରତ । 1983ରେ ଭେଟେରାନ କପିଲ ଦେବ ଓ 2011ରେ କ୍ୟାପଟେନ କୁଲ ଧୋନି ଭାରତକୁ ଭେଟି ଦେଇଛନ୍ତି ବିଶ୍ବକପ । ଭାରତ ବିଶ୍ବକପର ସମସ୍ତ ସଂସ୍କରଣ ଖେଳିସାରିଛି । ତେବେ 12ତମ ସଂସ୍କରଣରେ ବିରାଟଙ୍କ ନେତୃତ୍ବରେ ଦଳ ଖେଳିବ ବିଶ୍ବକପ । ନୂଆ ଅଧିନାୟକ ଓ ନୂଆ ରଙ୍ଗ (ନୂଆ ଜର୍ସି)ରେ ଭାରତୀୟ ଦଳ 3ୟ ଟାଇଟଲ ଲକ୍ଷ୍ୟରେ ରହିଛି ।

ତେବେ ଆସନ୍ତୁ ନଜର ନଜର ପାଇବା ଭାରତର ସମ୍ପୂର୍ଣ୍ଣ ବିଶ୍ବକପ ଯାତ୍ରା ଉପରେ । କେଉଁ ରଙ୍ଗରେ କେଉଁ ବିଶ୍ବକପ ଖେଳିଥିଲା ଭାରତ । ଅର୍ଥାତ କେଉଁ କେଉଁ ଜର୍ସି ପିନ୍ଧି କେଉଁ ବିଶ୍ବକପରେ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ ।

1983-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପ୍ରଥମଥର ପାଇଁ ବିଶ୍ବବିଜୟୀ ହୋଇଥିଲା ଭାରତୀୟ ଦଳ । ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‌ ଦଳକୁ ଚକମା ଦେଇ ଟାଇଟଲ ହାତେଇଥିଲା କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଦଳ । ଦଳର ବିଜୟରେ ମଧ୍ୟ କପିଲ ଦେବ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଧଳା ରଙ୍ଗର ସାଧାସିଧା ଜର୍ସି ପିନ୍ଧି ବିଶ୍ବ ବିଜୟୀ ହୋଇଥିଲା ଭାରତ ।

1987-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଏହି ବିଶ୍ବକପରେ ମଧ୍ୟ ଭାରତ ସମାନ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା । ମାତ୍ର ଏଥର ଧଳା ରଙ୍ଗର ପୋଷାକରେ ଭାରତୀୟ ଦଳ ଆଶାତୀତ ଭଲ ପ୍ରଦର୍ଶନ କରିପାରିନଥିଲା ।

1992-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ରଙ୍ଗ ବେରଙ୍ଗର କପଡାରେ ଇଂଲଣ୍ଡ ବିଶ୍ବକପ ପଡିଆ ରଙ୍ଗିନ ହୋଇଥିଲା । ଆରମ୍ଭ ହୋଇଥିଲା କଲରଫୁଲ ଜର୍ସି କ୍ରିକେଟର ଯୁଗ । ବିଭନ୍ନ ଦଳ ବିଭିନ୍ନ ରଙ୍ଗର ଜର୍ସି ପରିଧାନ କରି ପଡିଆକୁ ଓହ୍ଲାଇଥିଲେ । ତେବେ ଭାରତର ଜର୍ସିର ରଙ୍ଗ ଥିଲା ଗାଢ ନୀଳ । ଖେଳାଳିଙ୍କ କାନ୍ଧ ଉପରେ ବିଭିନ୍ନ ରଙ୍ଗର ଗାର ପଡିଥିଲା । ଆଉ ଜର୍ସିର ଛାତି ପାଖରେ ଲେଖା ରହିଥିଲା "ଇଣ୍ଡିଆ" । ତେବେ ଏହା ଥିଲା କ୍ରିକେଟ ଭାଗବାନ ବୋଲାଉଥିବା ସଚିନ ତେନ୍ଦୁଲକରଙ୍କର ପ୍ରଥମ ବିଶ୍ବକପ । ମାତ୍ର ମହମ୍ମଦ ଆଝା୍‌ରୁଦିନ୍‌ଙ୍କ ନେତୃତ୍ବାଧିନ ଦଳ ବିଶ୍ବକପ ଟାଇଟଲ ଜିତିବାରୁ ବଞ୍ଚିତ ହୋଇଥିଲା ।

1996-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଏହି ବିଶ୍ବକପରେ ଭାରତର ଜର୍ସିର ରଙ୍ଗ ଥିଲା ଆକାଶି ନୀଳ । ଜର୍ସିର ଗୋଟିଏ ପଟରେ ହଳଦିଆ ରଙ୍ଗ ମଧ୍ୟ ଥିଲା । ତେବେ ଏହି ବିଶ୍ବକପରେ ଭାରତ ସେମିଫାଇନାଲରେ ଶ୍ରୀଲଙ୍କାଠାରୁ ହାରି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା । ବିନୋଦ କାମ୍ବିଲୀ ପଡିଆରୁ କାନ୍ଦି କାନ୍ଦି ପାଭେଲିଅନ ଫେରୁଥିବାର ଦୃଶ୍ୟ ହୃଦୟ ବିଦାରକ ଥିଲା ।

1999-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଏହି ବିଶ୍ବକପରେ ଭାରତର ଜର୍ସି ରଙ୍ଗ ପ୍ରାୟ 1996 ବିଶ୍ବକପ ପରି ଥିଲା ।

2003-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏହି ବିଶ୍ବକପରେ ଭାରତ ଜର୍ସିର ରଙ୍ଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା । ନୂଆ ଜର୍ସି ସହ ଦଳ ଫାଇନାଲରେ ମଧ୍ୟ ପହଁଚି ସାରିଥିଲା । ମାତ୍ର ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ 2ୟଥର ପାଇଁ ଟାଇଟଲ ତୋଳିଧରିବାରୁ ବଞ୍ଚିତ ହୋଇଥିଲା ଭାରତୀୟ ଦଳ । ଏହି ବିଶ୍ବକପରେ ଭାରତ ଜର୍ସିର ରଙ୍ଗ ଥଲା ଗାଢ ନୀଳ । ଛାତିରେ ଜାତୀୟ ପତାକାର 3ଟି ରଙ୍ଗରେ ଇଣ୍ଡିଆ ଲେଖାଥିଲା ।

2007-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପୁଣିଥରେ ଏହି ବିଶ୍ବକପରେ ମଧ୍ୟ ଭାରତର ଜର୍ସିର ରଙ୍ଗ ପରିବର୍ତ୍ତନ ହୋଇଥିଲା । ହାଲୁକା ବ୍ଲୁ ରଙ୍ଗରେ ଦଳ ବିଶ୍ବକପ ପାଇଁ ପଡିଆକୁ ଓହ୍ଲାଇଥିଲା ।

2011-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପ୍ରଥମ ବିଶ୍ବକପ ପରେ 2ୟ ବିଶ୍ବକପ ପାଇଁ ଭାରତକୁ 28 ବର୍ଷ ଲାଗିଯାଇଥିଲ । ସଚିନଙ୍କ ସ୍ବପ୍ନ ପୂରଣ ହୋଇଥିଲା । ଧୋନି ଧୁରନ୍ଧର 2ୟ ଥର ପାଇଁ ଭାରତକୁ ବିଶ୍ବକପ ଭେଟି ଦେଇଥିଲେ । ଏହା ଥିଲା ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ଶେଷ ବିଶ୍ବକପ । ଘରୋଇ ପରିବେଶର ଫାଇଦା ଉଠାଇ ଦଳ ଜିତିଥିଲା ବିଶ୍ବକପ । ଫାଇନାଲରେ ଗମ୍ଭୀର ଦଳ ପାଇଁ ଦମଦାର ପାଳି ଖେଳିଥିଲେ । ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମର ସେହି ମୁହୂର୍ତ୍ତ ଆଜି ବି ପ୍ରତଟି ଭାରତୀୟ ମନରେ ରହି ଯାଇଛି । ଏହି ବର୍ଷ ଦଳ ଲାଇଟ ବ୍ଲୁ ରଙ୍ଗର ଜର୍ସି ପିନ୍ଧିଥିଲା ।

2015-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଏହି ବର୍ଷ ଭାରତୀୟ ଦଳ ପାଇଁ ବିଶ୍ବକପ ଯାତ୍ରା ସେତେଟା ଖାସ ରହିଲା ନାହିଁ । ଡିଫେଣ୍ଡିଂ ଚାମ୍ପିଅନ ଫାଇନାଲ ମଧ୍ୟ ଖେଳିପାରିଲା ନାହିଁ । ବିଶେଷ କିଛି ପରିବର୍ତ୍ତନ ହୋଇନଥିବା ଜର୍ସିରେ ବିଶ୍ବକପ ଖେଳିଥିଲା ଦଳ । ନାଇକ୍‌ କମ୍ପିନୀ ଜର୍ସିର ପ୍ରାୟୋଜକ ଥିଲା ।

2019-

Indian cricket teams jersey
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମେ 1 ତାରିଖରେ ବିଶ୍ବକପର ପାଇଁ ଜର୍ସି ଉନ୍ମୋଚନ ହୋଇସାରିଛି । ଏହା ମଧ୍ୟ 2015ର ଜର୍ସି ସଦୃଶ । ଜର୍ସିର ଅଫିସିଆଲ୍ସ ପ୍ରାୟୋଜକ ରହିଛି ଚାଇନା ବ୍ରାଣ୍ଡ ଓପୋ ଫୋନ । ତେବେ ଦେଖିବାକୁ ବାକି ରହିଲା । କଣ ଏହି ଜର୍ସି ପୁଣିଥରେ ଭାରତୀୟ ଦଳ ପାଇଁ ଲକି ସାବ୍ୟସ୍ତ ହୋଇପାରୁଛି ?

Intro:Body:Conclusion:
Last Updated : May 28, 2019, 6:27 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.