ETV Bharat / sports

ବିଶ୍ବକପ: ଛକାରେ ଗେଲଙ୍କ ରେକର୍ଡ - records

ସମ୍ଭବତଃ ନିଜ କ୍ୟାରିଅରର ଶେଷ ବିଶ୍ବକପ ଖେଳୁଥିବା ଗେଲ ଆଜି ମ୍ୟାଚରେ ଏକ ନୂଆ ରେକର୍ଡ କରିଛନ୍ତି । ଗେଲ୍ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ସ୍ଥାପନ କରିଛନ୍ତି।

ଫଟୋ ସୌଜନ୍ୟ- ଟ୍ବିଟର @cricketworldcup
author img

By

Published : Jun 1, 2019, 1:57 AM IST

ଲଣ୍ଡନ: ରେକର୍ଡ ପରେ ରେକର୍ଡ ସ୍ଥାପନ କରି ଚାଲିଛନ୍ତି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ । ସମ୍ଭବତଃ ନିଜ କ୍ୟାରିଅରର ଶେଷ ବିଶ୍ବକପ ଖେଳୁଥିବା ଗେଲ ଆଜି ମ୍ୟାଚରେ ଏକ ନୂଆ ରେକର୍ଡ କରିଛନ୍ତି । ଗେଲ୍ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ସ୍ଥାପନ କରିଛନ୍ତି।

ଆଜି ମ୍ୟାଚରେ ଗେଲ୍ ବ୍ୟକ୍ତିଗତ ଦ୍ୱିତୀୟ ଛକା ମାରିଥିବା ବେଳେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ତେବେ 39 ବର୍ଷୀୟ ଗେଲଙ୍କ ପଛକୁ ତାଲିକାରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ । ଗେଲ୍ ଏପର୍ଯ୍ୟନ୍ତ ବିଶ୍ୱକପରେ ମୋଟ ୨୭ ମ୍ୟାଚ୍ ଖେଳି ୩୯ ଛକା ମାରିଛନ୍ତି । ଡିଭିଲିୟର୍ସ ୨୩ ମ୍ୟାଚରେ ୩୭ ଛକା ମାରିଛନ୍ତି । ତାଲିକାର 3ୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ । ପଣ୍ଟିଂ ୪୬ ମ୍ୟାଚରେ ୩୧ ଛକା ମାରିଛନ୍ତି ।

ତେବେ ବିଜୟରୁ ଅଭିଯାନ ଆରମ୍ଭ କରିଛି କାରବିଆନ ଦଳ । ପାକିସ୍ତାନ 106ରନର ବିଜୟ ଲକ୍ଷ୍ୟକୁ 7ୱିକେଟରେ ଜିତି ନେଇଛି ୱେଷ୍ଟଇଣ୍ଡିଜ ।

ସ୍ଲଗ- ପରୀକ୍ଷାରେ ଫେଲ ହେବାରୁ ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା!
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 21/05/2019
ଆଙ୍କର- ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଜଣେ ଛାତ୍ର ଫେଲ ହେବା ଦେଖି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ।
ସୂଚନା ଅନୁସାରେ, ବସ୍ତା ଥାନା ପାଣ୍ଡରୁଙ୍ଗି ଗ୍ରାମର ଅନନ୍ତ ସେଠୀଙ୍କ ପୁଅ ଶଙ୍କର୍ଷଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ଆଜି ଫଳ ପ୍ରକାଶ ପରେ ଶଙ୍କର୍ଷଣ ଫେଲ ହୋଇଥିବା ଜାଣିବାକୁ ପାଇଥିଲେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପରିବାରୁ ଶଙ୍କର୍ଷଣ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଏହାକୁ ନେଇ ଶଙ୍କର୍ଷଣ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତୁରନ୍ତ ବସ୍ତା ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶଙ୍କର୍ଷଣ ସଦର ବ୍ଲକ ମଣ୍ଡରୁକୁଲା ଗାନ୍ଧିଜୀ ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.