ETV Bharat / sports

ଆଇସିସି ମହିଳା ଟି 20 ମାନ୍ୟତା: ଶେଫାଳି ଶୀର୍ଷରେ ସ୍ଥିର

author img

By

Published : Mar 30, 2021, 5:29 PM IST

ଆଇସିସି ପକ୍ଷରୁ ପ୍ରକାଶିତ ମାନ୍ୟତା ତାଲିକାରେ 776 ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ସ୍ଥିର ରହିଛନ୍ତି ଶେଫାଳି । ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବେଥ ମୁନିଙ୍କ ଠାରୁ ଯୁବ ଭାରତୀୟ ଓପନର 35 ପଏଣ୍ଟ ଆଗରେ ରହିଛନ୍ତି । ଅଧିକ ପଢନ୍ତୁ...

ICC Women's T20I rankings: Shafali Verma keeps her No. 1 position intact
ଆଇସିସି ମହିଳା ଟି20 ମାନ୍ୟତା: ଶେଫାଳି ଶୀର୍ଷରେ ସ୍ଥିର

ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଟି20 ମାନ୍ୟତା । ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତା ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି, ଟିମ ଇଣ୍ଡିଆର ଯୁବ ବିସ୍ଫୋରକ ଓପନର ଶେଫାଳି ବର୍ମା ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚରେ 30 ବଲ୍‌ରୁ ବିସ୍ଫୋରକ 60 ରନର ଇଂନିସ ଖେଳିଥିଲେ ଶେଫାଳି । ଏହି ଇଂନିସରୁ 26 ରେଟିଂ ପଏଣ୍ଟ ହାସଲ କରିବା ସହ ଗତ ସପ୍ତାହରେ ବିଶ୍ବରେ ନମ୍ବର 1 ଖେଳାଳି ହୋଇଥିଲେ । ମଙ୍ଗଳବାର ଆଇସିସି ପକ୍ଷରୁ ପ୍ରକାଶିତ ମାନ୍ୟତା ତାଲିକାରେ 776 ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ସ୍ଥିର ରହିଛନ୍ତି ଶେଫାଳି । ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବେଥ ମୁନିଙ୍କ ଠାରୁ ଯୁବ ଭାରତୀୟ ଓପନର 35 ପଏଣ୍ଟ ଆଗରେ ରହିଛନ୍ତି ।

712 ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ସୋଫି ଡେଭିନ, 711 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ମେଗ ଲାନିଂ ଓ 696 ପଏଣ୍ଟ ସହ ଆଲେସ ହେଲି ପଞ୍ଚମରେ ରହିଛନ୍ତି । ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ, ଅନ୍ୟତମ ଭାରତୀୟ ଖେଳାଳି ଭାବେ ଓପନର ସ୍ମୃତି ମାନ୍ଧାନା 693 ପଏଣ୍ଟ ସହ ଷଷ୍ଠ ଓ ଜେମିମା ରୋଡ୍ରିଗ୍ୟୁସ ନବମ ସ୍ଥାନରେ ରହିଛନ୍ତି ।

ସେହିପରି ବୋଲିଂ ମାନ୍ୟତାର ଶୀର୍ଷ 10 ସ୍ଥାନ ମଧ୍ୟରେ ଦିପ୍ତୀ ଶରମା ଓ ରାଧା ଯାଦବ ଓ ଅଲରାଉଣ୍ଡର ତାଲିକାର 4ର୍ଥ ସ୍ଥାନରେ ଦିପ୍ତୀ ଶର୍ମା ଏକମାତ୍ର ଭାରତୀୟ ଖେଳାଳି ଭାବେ ଶ୍ରେଷ୍ଠ 10 ମଧ୍ୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.