ମେଲବୋର୍ଣ୍ଣ: ଆଇସିସି ମହିଳା ଟି-20 ବିଶ୍ବକପରେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ ।

ତେବେ ଅନ୍ତର୍ଜାତୀୟ ମହିଳା ଦିବସରେ ହେବାକୁ ଥିବା ଏହି ହାଇଭୋଲଟେଜ ଫାଇନାଲ ଉପରେ ସାରା ବିଶ୍ବର ନଜର । ତେବେ ମହିଳା ବିଶ୍ବକପର ପ୍ରତିଟି ଅପଡେଟକୁ ଦେଖିବାକୁ ବିଶ୍ବତମାମ କ୍ରୀଡାପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଶନିବାର ଟିଭି ଓ ଡିଜିଟାଲ ପ୍ଲାଟଫର୍ମରେ ବିଶ୍ବକପର ଗ୍ରୁପ ଷ୍ଟେଜର ମ୍ୟାଚ ଦେଖିଥିବା ଦର୍ଶକଙ୍କ ସଂଖ୍ୟା ପ୍ରକାଶ କରିଛି । ତେବେ ଏହି ସଂଖ୍ୟା ମହିଳା କ୍ରିକେଟ ଇତିହାସରେ ସର୍ବାଧିକ ଦର୍ଶକ ଦେଖିଥିବା ନେଇ ଆଇସିସି ପ୍ରକାଶ କରିଛି ।

2017 ମହିଳା କ୍ରିକେଟ ବିଶ୍ବକପରେ ସମ୍ପୂର୍ଣ୍ଣ ଇଭେଣ୍ଟକୁ 100 ମିଲିୟନ ଲୋକେ ଦେଖିଥିଲେ । ତେବେ ଚଳିତ ବିଶ୍ବକପର କେବଳ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ପର୍ଯ୍ୟନ୍ତ ରେକର୍ଡ 701 ମିଲିୟନ ଲୋକେ ଦେଖିଛନ୍ତି । ଏଥିସହିତ ଟୁର୍ଣ୍ଣାମେଣ୍ଟର ଅଫିସିଆଲ ଚ୍ୟାଲେନ 34 ମିଲିୟନ ଏନଗେଜମେଣ୍ଟ ସହ 2 ବିଲିୟନ ଇମ୍ପ୍ରେସନ ହାସଲ କରିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ