ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଦିନିକିଆ ମାନ୍ୟତା । ସଦ୍ୟ ପ୍ରକାଶିତ ତାଲିକାରେ ଭେଟେରାନ ମିତାଲି ରାଜ 10ମ ସ୍ଥାନରେ ଥିବାବେଳେ, ଓପନର ସ୍ମୃତି ମାନ୍ଧାନା 4ର୍ଥ ସ୍ଥାନରେ ରହିଛନ୍ତି । ତେବେ କୋରୋନା ଭାଇରସ ଲକଡାଉନ କାରଣରୁ ଭାରତୀୟ ମହିଳା ଟିମ ଗୋଟିଏ ବି ମ୍ୟାଚ ଖେଳିନାହିଁ । ଫଳରେ ମାନ୍ଧାନା ତାଲିକାର ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ।
ଅଷ୍ଟ୍ରେଲିଆ କ୍ୟାପଟେନ ମେଗ ଲାନିଙ୍ଗ ତାଲିକାର ଶୀର୍ଷରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ଅଷ୍ଟ୍ରେଲିଆ 3-0ରେ କ୍ଳିନ ସୁଇପ କରିଛି । ଏହି ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । 101 ରନର ଶକତୀୟ ଇଂନିସ, ପ୍ଲେଆର ଅଫ ଦ ମ୍ୟାଚ ପ୍ରଦର୍ଶନ ସହ ଦୁଇଟି ମ୍ୟାଚରୁ 163 ରନ ସଂଗ୍ରହ କରିଥିଲେ । 28 ବର୍ଷୀୟା ମେଗ ଲାନିଙ୍ଗଙ୍କ ଏହି ପ୍ରଦର୍ଶନ ବଳରେ 4ଟି ସ୍ଥାନ ଉପରକୁ ଉଠି, ୱେଷ୍ଟଇଣ୍ଡିଜ କ୍ୟାପଟେନ ଷ୍ଟେଫାଇନ ଟେଲରଙ୍କୁ ଶୀର୍ଷ ସ୍ଥାନରୁ ହଟାଇଛନ୍ତି ।
-
💥 Meg Lanning, on top of the world 💥
— ICC (@ICC) October 8, 2020 " class="align-text-top noRightClick twitterSection" data="
The Australia skipper is back at No.1 for the fifth time in the @MRFWorldwide ICC Women's ODI Rankings for Batting 🤩 pic.twitter.com/SmHNUl6qik
">💥 Meg Lanning, on top of the world 💥
— ICC (@ICC) October 8, 2020
The Australia skipper is back at No.1 for the fifth time in the @MRFWorldwide ICC Women's ODI Rankings for Batting 🤩 pic.twitter.com/SmHNUl6qik💥 Meg Lanning, on top of the world 💥
— ICC (@ICC) October 8, 2020
The Australia skipper is back at No.1 for the fifth time in the @MRFWorldwide ICC Women's ODI Rankings for Batting 🤩 pic.twitter.com/SmHNUl6qik
ଏଥିସହିତ 5ମ ଥର ପାଇଁ ଲାନିଙ୍ଗ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ଅକ୍ଟୋବର 2018ରେ ଶେଷ ଥର ସେ ମାନ୍ୟତାର ଶୀର୍ଷରେ ରହିଥିଲେ ।
ବୋଲିଂ ମାନ୍ୟତାରେ ଭାରତୀୟ ଖେଳାଳି ଭାବେ ଝୁଲଣ ଗୋସ୍ବାମୀ 5ମ ସ୍ଥାମରେ ରହିଛନ୍ତି । ଷଷ୍ଠ ସ୍ଥାନରେ ପୁନମ ଯାଦବ ଓ ଶିଖା ପାଣ୍ଡେ 7ମ ସ୍ଥାନରେ ରହିଛନ୍ତି । ଦିପ୍ତୀ ଶର୍ମା 10 ସ୍ଥାନ ବଜାୟ ରଖିଛନ୍ତି । ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିୟ ସ୍ପିନର ଜେସ ଜୋନାସେନ ରହିଛନ୍ତି ।
ଅଲରାଉଣ୍ଡର ମାନ୍ୟତା ତାଲିକାରେ ଦିପ୍ତୀ ଓ ଶିଖା ନିଜର 4ର୍ଥ ଓ 9ମ ସ୍ଥାନ ସୁରକ୍ଷିତ ଭାବେ ବଜାୟ ରଖଛନ୍ତି ।
ଟିମ ମାନ୍ୟତାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିବାବେଳେ, ନ୍ୟୁଜିଲାଣ୍ଡ ପଞ୍ଚମ ସ୍ଥାନେର ରହିଛି । ଭାରତୀୟ ମହିଳା 2ୟ ସ୍ଥାନରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ