ହାଇଦ୍ରାବାଦ: ପ୍ରାୟ ଗୋଟିଏ ମାସ ଧରି କୌଣସି ବଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳାଯାଇନାହିଁ । ଏପରିକି ପ୍ରଥମ ଶ୍ରେଣୀ କ୍ରିକେଟ, ଫ୍ରାଞ୍ଚାଇଜ ଓ ଅନ୍ତର୍ଜାତୀୟ କ୍ରିକେଟ କେବେ ଆରମ୍ଭ ହେବ ତାହା କହିବା ମୁସ୍କିଲ । ସମସ୍ତ କ୍ରିକେଟର ଲକଡାଉନରେ ଘରେ ରହିଛନ୍ତି ।
ତେବେ ଏପରି ସ୍ଥିତିରେ କମ ଆୟ କରୁଥିବା କ୍ରିକେଟର ମ୍ୟାଚ ଫିକ୍ସରଙ୍କ ଅପରାଧ ଜାଲରେ ଫସିବା ଆଶଙ୍କା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । ଫଳରେ ଖେଳାଳିଙ୍କୁ ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ଫିକ୍ସିଂ ବ୍ୟବସାୟ ଚଳାଇଥିବା ଅପରାଧିକ ମାନସିକତା ଠାରୁ ସତର୍କ ରହିବାକୁ ତାଗିଦ କରାଯାଇଛି ।
ଆଇସିସିର ଦୁର୍ନୀତି-ନିରୋଧ ୟୁନିଟର ମୁଖ୍ୟ ଆଲେକ୍ସ ମାର୍ଶାଲ ଏନେଇ ସମସ୍ତ କ୍ରିକେଟରଙ୍କୁ ସାବଧାନ କରାଇଛନ୍ତି ।