ETV Bharat / sports

ନଂ1 ଟେଷ୍ଟ ବ୍ୟାଟ୍ସମ୍ୟାନରୁ ହଟିଲେ କୋହଲି, ଟପରେ ସ୍ମିଥ

author img

By

Published : Sep 3, 2019, 7:48 PM IST

ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ନଂ1 ସ୍ଥାନରୁ ହଟାଇ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଭେଟେରାନ କ୍ରିକେଟର ଷ୍ଟିଭ ସ୍ମିଥ ଆଇସିସି ମାନ୍ୟତାର ନଂ1 ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ନଂ1ସ୍ଥାନରୁ ହଟାଇ 2ୟ ସ୍ଥାନକୁ ପଠାଇଛନ୍ତି ସ୍ମିଥ । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ 2-0ରେ କ୍ଳିନ ସୁଇପ କରିଛି ଭାରତ । ମାତ୍ର 2ୟ ଟେଷ୍ଟର 2ୟ ଇଂନିସରେ ପ୍ରଥମ ବଲରେ ଶୂନରେ ଆଉଟ ହେବା କୋହଲିଙ୍କ ପାଇଁ କାଳ ହୋଇଛି ।

ICC
ଫଟୋ ସୌଜନ୍ୟ: twitter@ICC

ସ୍ମିଥ 904 ପଏଣ୍ଟ ସହ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି । କୋହଲିଙ୍କ ଠାରୁ ମାତ୍ର ଗୋଟିଏ ପଏଣ୍ଟ ଆଗରେ ଅଛନ୍ତି ସ୍ମିଥ । ତେବେ ସ୍ମିଥଙ୍କ ପଏଣ୍ଟର ବ୍ୟବଧାନ ଆହୁରି ଅଧିକ ହୋଇପାରେ । କାରଣ ଆସେସ ସିରିଜର 4ର୍ଥ ଟେଷ୍ଟରେ ଫର୍ମରେ ଥିବା ସ୍ମିଥ ପୁଣି ପ୍ରଭାବି ପ୍ରଦର୍ଶନ କରିବାର ସୁଯୋଗ ରହିଛି । ଆସେସ ସିରିଜର ପ୍ରଥମ ଟେଷ୍ଟର ଉଭୟ ଇଂନିସରେ ସ୍ମିଥ ଆକର୍ଷଣୀୟ ଶତକ ହାସଲ କରିଥିଲେ । 2ୟ ଟେଷ୍ଟର ପ୍ରଥମ ଇଂନିସରେ ମଧ୍ୟ 92 ରନର ପାଳି ଖେଳିଥିଲେ । ତେବେ ଜୋଫ୍ରା ଆର୍ଚରଙ୍କର ବାଉନ୍ସରରେ ସେ ଆହତ ହୋଇ ବାଦ ପଡିଥିଲେ ।

ICC
ଫଟୋ ସୌଜନ୍ୟ: twitter@ICC

ଅନ୍ୟପଟେ ଭାରତର ଘରୋଇ ସିଜିନ ଅକ୍ଟୋବରରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତରେ ଆସିବ । ଦକ୍ଷିଣ ଆଫ୍ରିକା ସହ ଟିମ ଇଣ୍ଡିଆ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଅଜିଙ୍କ୍ୟ ରାହାଣେ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଟପ-10ରେ ପ୍ରବେଶ କରିଛନ୍ତି । ରାହାଣେ ତାଲିକାର 7ମ ସ୍ଥାନରେ ପହଞ୍ଚିଛନ୍ତି । ଯୁବ ବ୍ୟାଟ୍ସମ୍ୟାନ ହନୁମା ବିହାରୀ 40ଟି ସ୍ଥାନ ଆଗକୁ ବଢି 30ତମ ସ୍ଥାନରେ ପହଞ୍ଚିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.