ଦୂବାଇ: ସମ୍ମାନଜନକ ଆସେସ ସିରିଜ ଶେଷ ପରେ ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା । ମାନ୍ୟତାର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ରାଜ୍ କରୁଛନ୍ତି କଙ୍ଗାରୁ ଖେଳାଳି । ବ୍ୟାଟିଂର ଟପ ସ୍ପଟରେ ଅଛନ୍ତି ଷ୍ଟିଭ୍ ସ୍ମିଥ, ସେହିପରି ବୋଲିଂର ଟପ ସ୍ଥାନରେ ରହିଛନ୍ତି ପ୍ୟାଟ୍ କ୍ୟୁମିନ୍ସ । ତେବେ ଗୁରୁତ୍ବପର୍ଣ୍ଣ କଥା ହେଲା ପୂର୍ବତନ ମାନ୍ୟତା ଟପ୍ପର ତଥା ଭାରତୀୟ ରନ ମେସନଙ୍କ ବିରାଟ କୋହଲିଙ୍କଠାରୁ ବହୁ ଆଗରେ ରହିଛନ୍ତି ସ୍ମିଥ । ଦୁହିଁଙ୍କ ମଧ୍ୟରେ 34 ପଏଣ୍ଟର ପାର୍ଥକ୍ୟ ରହିଛି ।
ତେବେ ଗତକାଲି ସିରିଜର ପଞ୍ଚମ ତଥା ଶେଷ ମ୍ୟାଚକୁ 135 ରନରେ ଜିତି ଇଂଲଣ୍ଡ ସିରିଜକୁ 2-2ରେ ଡ୍ର କରିଥିଲା । ସିରିଜରେ ସର୍ବାଧିକ ରନ କରି ମ୍ୟାନ ଅଫ ଦ ସିରିଜ ପାଇଛନ୍ତି ସ୍ମିଥ । ସେ ପୁରା ସିରିଜରେ 774ରନ କରିଛନ୍ତି ।
ତେବେ ସିରିଜରେ ସେ 80 ଓ 23 ରନ ସ୍କୋର କରିଥିବା ବେଳେ କୋହଲିଙ୍କୁ ଅତିକ୍ରମ କରି 937 ପଏଣ୍ଟ ସାହଲ କରିଛନ୍ତି । 903 ପଏଣ୍ଟ ସହ 2ୟ ସ୍ଥାନରେ ଅଛନ୍ତି ବିରାଟ କୋହଲି । ତେବେ ସିରିଜ ପୂର୍ବରୁ 857 ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଥିଲେ ସ୍ମିଥ । ମାତ୍ର ସିରିଜରେ ଦମଦାର ପ୍ରଦର୍ଶନ କରି ସେ କୋହଲିଙ୍କଠାରୁ ବହୁ ଆଗକୁ ଚାଲି ଯାଇଛନ୍ତି ।
ସେହିପରି ସିରିଜ ପୂର୍ବରୁ 2ୟ ସ୍ଥାନରେ ଥିବା କ୍ୟୁମିନ୍ସ ପ୍ରଥମ ସ୍ଥାନକୁ ଉତ୍ତିନ୍ନ ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକା ବୋଲର କାଗିସୋ ରବାଡାଙ୍କୁ ଆତିକ୍ରମ କରି 57 ପଏଣ୍ଟ ଆଗରେ ରହିଛନ୍ତି । କ୍ୟୁମିନ୍ସ ଆସେସ୍ ସିରିଜରେ ମୋଟ 29 ୱିକେଟ୍ ନେଇଛନ୍ତି ।