ଦୁବାଇ: ପ୍ରକାଶ ପାଇଛି ଆଇିସିସି ଟେଷ୍ଟ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ବ୍ୟାଟିଂ ତାଲିକାର 2ୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପରାଜୟ ସତ୍ତ୍ବେ କୋହଲି ନିଜ ପୂର୍ବ ସ୍ଥାନ ବଜାୟ ରଖିଛନ୍ତି ।
![ICC Test rankings](https://etvbharatimages.akamaized.net/etvbharat/prod-images/6279801_rrr.jpg)
ନ୍ୟୁଜିଲାଣ୍ଡ ବିପକ୍ଷରେ 2ଟି ଟେଷ୍ଟରେ କୋହଲି 9.50 ହାରରେ ମାତ୍ର 38 ରନ ସଂଗ୍ରହ କରିପାରିଛନ୍ତି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ 3ୟ ସ୍ଥାନରେ ପହଞ୍ଚିଯାଇଛନ୍ତି । ପ୍ରଥମ ସ୍ଥାନରେ ଷ୍ଟିଭ ସ୍ମିଥ ଓ 4ର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ରହିଛନ୍ତି । 7ମ ସ୍ଥାନରେ ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ରହିଛନ୍ତି । ପୃଥ୍ବୀ ଶ 17 ତମ ସ୍ଥାନରେ ରହିଛନ୍ତି ।
![ICC Test rankings](https://etvbharatimages.akamaized.net/etvbharat/prod-images/6279801_ssed.jpg)
ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିଡଷ୍ଟାର ଜଶପ୍ରିତ ବୁମରା 7ମ ସ୍ଥାନରେ ପହଞ୍ଚିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଟେଷ୍ଟରେ 5ଟି ୱିକେଟ ଅକ୍ତିଆର କରି ଫର୍ମକୁ ଫେରିଥିଲେ ବୁମରା । ନ୍ୟୁଜିଲାଣ୍ଡ ପେସର ଟିମ ସାଉଦୀ, ଟ୍ରେଣ୍ଟ ବୋଲ୍ଟ ଯଥାକ୍ରମେ 4ର୍ଥ ଓ 9ମ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ଅଷ୍ଟ୍ରେଲିଆର ପାଟ କମିନ୍ସ ପ୍ରଥମ ଓ ନ୍ୟୁଜିଲାଣ୍ଡର ନେଲ ୱାଗନର ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର 2ୟ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ