ହାଇଦ୍ରାବାଦ: ଗତକାଲି ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମ ନମସ୍ତେ ଟ୍ରମ୍ପରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦଳର ଅଧିନାୟକ ବିରାଟ କୋହିଲଙ୍କୁ ପ୍ରଶଂସା କରିଥିଲେ । ତେବେ ନିଜର ବକ୍ତବ୍ୟ ଦେଉଥିବା ବେଳେ ସଚିନଙ୍କ ନାମ ଭୁଲ ଉଚ୍ଚାରଣ କରିଥିଲେ । ସଚିନ ତେନ୍ଦୁଲକର ସ୍ଥାନରେ ଟ୍ରମ୍ପ ସୋଚିନ ତେନ୍ଦୁଲକର କହିଥିଲେ । ଯାହାକୁ ନେଇ ଆଇସିସି ଟ୍ବିଟ କରି ଟ୍ରମ୍ପଙ୍କୁ ଟ୍ରୋଲ କରିଛି ।
-
Sach-
— ICC (@ICC) February 24, 2020 " class="align-text-top noRightClick twitterSection" data="
Such-
Satch-
Sutch-
Sooch-
Anyone know? pic.twitter.com/nkD1ynQXmF
">Sach-
— ICC (@ICC) February 24, 2020
Such-
Satch-
Sutch-
Sooch-
Anyone know? pic.twitter.com/nkD1ynQXmFSach-
— ICC (@ICC) February 24, 2020
Such-
Satch-
Sutch-
Sooch-
Anyone know? pic.twitter.com/nkD1ynQXmF
ତେବେ ମଙ୍ଗଳବାର ଆଇସିସି ଏକ ଟ୍ବିଟ କରି ସୁଚ ସୁଚ ସୁଚ ସୁଚ ବୋଲି 4ଥର ଲେଖି ପ୍ରଶ୍ନ କରିଛି କେହି ଜାଣିଛନ୍ତି ଏହି ବ୍ୟକ୍ତିଙ୍କୁ । ଗତକାଲି ଟ୍ରମ୍ପ କହିଛନ୍ତି, ‘‘କିମ୍ବଦନ୍ତୀ କ୍ରିକେଟରଙ୍କ ପାଇଁ ଷ୍ଟାଡିୟମରେ ଚିଲାଉଥିବା ଦେଶ ହେଉଛି ଭାରତ ।’’ ତେବେ ଟ୍ରମ୍ପଙ୍କ ପାଟିରୁ କୋହଲି ଓ ସଚିନଙ୍କ କଥା ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁସି ହୋଇ ଯାଇଥିଲେ ।
ଅନ୍ୟପଟେ କୋହଲି ଓ ସଚିନଙ୍କ ନାଁ ଶୁଣି ମୋଟେରା ଷ୍ଟାଡିୟମରେ ଲୋକେ ତାଳି ମାରି ଟ୍ରମ୍ପଙ୍କ ସମ୍ବୋଧନକୁ ସମର୍ଥନ କରିଥିଲେ । ଗୁଜୁରାଟର ଅହମ୍ମଦାବାଦଠାରେ ନିର୍ମାଣ ହୋଇଛି ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ‘ମୋଟେରା’ । ଏହି ଷ୍ଟାଡିୟମରେ ଦର୍ଶକ ବସିବା କ୍ଷମତା 1.10ଲକ୍ଷ ରହିଛି ।