ETV Bharat / sports

ଚହରଙ୍କ ହ୍ୟାଟ୍ରିକ ଜଲୱା: ଆଇସିସି ମାନ୍ୟତାରେ 88ଟି ପାହାଚ ଡେଇଁଲେ ଦୀପକ - ICC T20I rankings

ଆଇସିସି ଟି-20 ମାନ୍ୟତାର 88ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର 42ତମ ସ୍ଥାନରେ ଅଛନ୍ତି ଦୀପକ।

ଚହରଙ୍କ ହ୍ୟାଟ୍ରିକ ଜଲୱା
author img

By

Published : Nov 11, 2019, 11:11 PM IST

ଦୁବାଇ: ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ହ୍ୟାଟ୍ରିକ ଜଲୱା ଦେଖାଇଲେ ଯୁବ ବୋଲର ଦୀପକ ଚହର। ଏଥିସହ ଟି-20 ପ୍ରଥମ ଭାରତୀୟ ଭାବେ 6 ୱିକେଟ ଅକ୍ତିଆର କରିଥିଲେ। ଏହି ସଫଳତା ସହ ସୋମବାର ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ସେ। ଆଇସିସି ଟି-20 ମାନ୍ୟତାର 88ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର 42ତମ ସ୍ଥାନରେ ଅଛନ୍ତି ଦୀପକ।

ଗତକାଲି ମ୍ୟାଚରେ ମାତ୍ର 7 ରନ୍‌ ଦେଇ 6 ୱିକେଟ ଦଖଲ କରିବା ପରେ ଏହି ସଫଳତା ପାଇଛନ୍ତି ଚହର। ଟି-20ବୋଲିଂ ତାଲିକାର ଟପ୍‌ 10 ରେ କୌଣସି ଭାରତୀୟ ବୋଲର ନାହାଁନ୍ତି। ପୂର୍ବଭଳି 757 ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି ଅଫାଗାନ ସ୍ପିନର ରସିଦ ଖାନ।

ଅନ୍ୟପକ୍ଷରେ ବ୍ୟାଟିଂ ମାନ୍ୟତାରେ ଅନେକ ପରିବର୍ତ୍ତନ ହୋଇଛି । ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଏବେ 807 ପଏଣ୍ଟ ସହ 2ୟ ସ୍ଥାନରେ ପହଞ୍ଚିଯାଇଛନ୍ତି । ସେହିପରି ଇଂଲଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ ଡି ମାଲାନ ତୃତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି । ପୂର୍ବରୁ 9ମ ସ୍ଥାନରେ ଥିବା କେଏଲ ରାହୁଲ ଗୋଟିଏ ସ୍ଥାନ ଲମ୍ଫ ମାରି 8ମ ସ୍ଥାନରେ ପହଞ୍ଚିଛନ୍ତି । ଟପ୍‌ ଟେନ୍‌ରେ ଅନ୍ୟତମ ଭାରତୀୟ ବ୍ୟାଟସମ୍ୟାନ ଭାବେ ରୋହିତ ଶର୍ମା 7ମ ସ୍ଥାନରେ ରହିଛନ୍ତି । ପୂର୍ବରୁ ଟପ୍‌ ଟେନ୍‌ରେ ଥିବା ବିରାଟ କୋହଲି 15 ତମ ସ୍ଥାନକୁ ଖସି ଯାଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.