ଦୁବାଇ: ସୋମବାର ଦିନ ଆଇସିସି ଜାରି କଲା ନୂତନ ଟି-20 ଅନ୍ତରାଷ୍ଟ୍ରୀୟ ମାନ୍ୟତା । ତେବେ ବ୍ୟାଟ୍ସମ୍ୟାନଙ୍କ ନୂତନ ମାନ୍ୟତା ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି 10 ନଂ ସ୍ଥାନକୁ ଖସିଛନ୍ତି । କିନ୍ତୁ ଲୋକେଶ ରାହୁଲ ଓ ରୋହିତ ଶର୍ମା କ୍ରମଶଃ 2ୟ ଓ 11ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି ।
ତେବେ ଏହି ସୂଚୀରେ ପାକିସ୍ତାନର ବାବାର ଆଜମ ତାଲିକାର ଶୀର୍ଷରେ ସୁରକ୍ଷିତ ରହିଛନ୍ତି ।
![icc t20 rankings](https://etvbharatimages.akamaized.net/etvbharat/prod-images/6104737_-----2.jpg)
କୋହଲିଙ୍କ ମାନ୍ୟତା ଖସିବାର କାରଣ ହେଲା ଦ.ଆଫ୍ରିକା ବିପକ୍ଷରେ ଇଂଲଣ୍ଡ 2-1ରେ ସିରିଜ କବ୍ଜା କରିଛି । ଏହି ସିରିଜରେ ଅଧିନାୟକ ଇୟୋନ ମୋର୍ଗନ 2ଟି ଅର୍ଦ୍ଧଶତକ ବଳରେ 136ରନ୍ ସଂଗ୍ରହ କରିଛନ୍ତି । ଏବେ ମୋଟ 687 ଅଙ୍କ ସହ ନବମ ସ୍ଥାନରେ ପହଞ୍ଚିଛନ୍ତି ଇୟୋନ ମୋର୍ଗନ ।