ETV Bharat / sports

ନ୍ୟୁଜିଲାଣ୍ଡ ନୁହେଁ, ଟେଷ୍ଟ ଟପ୍ ରାକିଂରେ ଅଷ୍ଟ୍ରେଲିଆ: ଆଇସିସି

author img

By

Published : Dec 14, 2020, 5:09 PM IST

ଅଷ୍ଟ୍ରେଲିଆ 116.461 ପଏଣ୍ଟ ସହ ଦଶମିକ ଅଙ୍କ ଅନୁଯାୟୀ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛି । ଅଧିକ ପଢନ୍ତୁ...

ICC Rankings: Australia edge out Kiwis at number one spot on decimal points
ନ୍ୟୁଜିଲାଣ୍ଡ ନୁହେଁ ଅଷ୍ଟ୍ରେଲିଆ ଟେଷ୍ଟ ଟପ୍ ରାକିଂରେ ଅଷ୍ଟ୍ରେଲିଆ: ଆଇସିସି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ । ଟିମ ପେଇନଙ୍କ ଟିମ ଦଶମିକ ଅଙ୍କ ଅନୁଯାୟୀ ନ୍ୟୁଜିଲାଣ୍ଡ ଉପରେ ରହିଛି ।

ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ 12 ରନରେ ଜିତିନେଇଛି । ଏହି ବିଜୟ ପରେ 116 ପଏଣ୍ଟ ହାସଲ କରିଥିଲା ନ୍ୟୁଜିଲାଣ୍ଡ । ଫଳରେ କ୍ରିକେଟର ଲମ୍ବା ଫର୍ମାଟରେ ଅଷ୍ଟ୍ରେଲିଆ ସହ ଯୁଗ୍ମଭାବେ ଶୀର୍ଷ ସ୍ଥାନରେ କିୱି ଟିମ ରହିବା ନେଇ ଆଶା କରାଯାଉଥିଲା ।

ତେବେ ଆଇସିସି ପକ୍ଷରୁ ଟ୍ବିଟ ଯୋଗେଁ ଏନେଇ ସ୍ପଷ୍ଟିକରଣ ରଖାଯାଇଛି । ଅଷ୍ଟ୍ରେଲିଆ ଏବେବି 116.461 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ 116.375 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି ।

ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ 114 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ଓ ଶ୍ରୀଲଙ୍କା ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ଷଷ୍ଠ, ପାକିସ୍ତାନ ସପ୍ତମ, ୱେଷ୍ଟଇଣ୍ଡିଜ ଅଷ୍ଟମ ଓ ବାଂଲାଦେଶ ନବମ ସ୍ଥାନରେ ରହିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟିକିଆ ଟେଷ୍ଟ ସିରିଜ ବିଜୟ ପରେ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଇଂଲଣ୍ଡକୁ ପଛକୁ ଠେଲି ତୃତୀୟ ସ୍ଥାନରେ ପହଞ୍ଚିଛି ।

ରବିବାର କିୱି ବୋଲର ଟ୍ରେଣ୍ଟ ବୋଲ୍ଟ ଟେଷ୍ଟ ଫର୍ମାଟରେ ନମ୍ବର 1 ହେବା ନେଇ ଟ୍ବିଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.