ETV Bharat / sports

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: ଶ୍ରେଷ୍ଠ 10 ମଧ୍ୟରେ ମିତାଲି, ମାନ୍ଧାନା - ସ୍ପିନର ପୁନମ ଯାଦବ

ଭାରତୀୟ ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ, ଓପନର ସ୍ମୃତି ମାନ୍ଧାନା ନିଜର ପୂର୍ବ ସପ୍ତମ ଓ ଅଷ୍ଟମ ସ୍ଥାନ ବଜାୟ ରଖିଛନ୍ତି । ଅଧିକ ପଢନ୍ତୁ...

ICC ODI Rankings: Shikha Pandey breaks into top 10 bowlers, Mandhana, Mithali retains respective spots
ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: ଶ୍ରେଷ୍ଠ 10 ମଧ୍ୟରେ ମିତାଲି, ମାନ୍ଧାନା
author img

By

Published : Apr 6, 2021, 5:30 PM IST

ହାଇଦ୍ରାବାଦ: ପ୍ରକାଶ ପାଇଛି ମହିଳା ଆଇସିସି ମାନ୍ୟତା । ସଦ୍ୟ ପ୍ରକାଶିତ ଦିନିକିଆ ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଦୁଇଜଣ ଭାରତୀୟ ଖେଳାଳି ରହିଛନ୍ତି । ଭାରତୀୟ ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ, ଓପନର ସ୍ମୃତି ମାନ୍ଧାନା ନିଜର ପୂର୍ବ ସପ୍ତମ ଓ ଅଷ୍ଟମ ସ୍ଥାନ ବଜାୟ ରଖିଛନ୍ତି ।

ସେହିପରି ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ପଞ୍ଚମରେ ସ୍ଥିର ରହିଛନ୍ତି । ଏଥିସହ ନଭେମ୍ବର 2019ରେ ଶେଷ ଦିନିକିଆ ମ୍ୟାଚ ଖେଳିଥିବା ଶିଖା ପାଣ୍ଡେ ଶ୍ରେଷ୍ଠ 10 ମଧ୍ୟରେ ପ୍ରବେଶ କରିଛନ୍ତି । ସ୍ପିନର ପୁନମ ଯାଦବ ମଧ୍ୟ ଶୀର୍ଷ 10 ସ୍ଥାନ ମଧ୍ୟରେ ରହିଛନ୍ତି । ଝୁଲଣ 681 ରେଟିଂ ପଏଣ୍ଟ ସହ ପଞ୍ଚମ, ପୁନମ 641 ପଏଣ୍ଟ ସହ ଅଷ୍ଟମ ଓ ଶିଖା 610 ପଏଣ୍ଟ ସହ ଦଶମ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ ଟି20 ବ୍ୟାଟିଂ ମାନ୍ୟତାରେ ବିଶ୍ବର ନମ୍ବର 1 ଖେଳାଳି ରହିଛନ୍ତି ଯୁବ ଭାରତୀୟ ଓପନର ଶେଫାଳି ବର୍ମା । ଓପନର ସ୍ମୃତି ମାନ୍ଧାନା ଚତୁର୍ଥ ଓ ଜେମିମା ରୋଡ୍ରିଗ୍ୟୁସ ଅନ୍ୟ ଭାରତୀୟ ଖେଳାଳି ଭାବେ ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ରହିଛନ୍ତି ।

ଶେଫାଳି 776 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ, ଅଷ୍ଟ୍ରେଲିଆର ବେଥ ମୁନି 744 ପଏଣ୍ଟ ସହ ଦ୍ବିତୀୟ ଓ ମେଗ ଲାନିଂ 709 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ମାନ୍ଧାନା 693 ରେଟିଂ ପଏଣ୍ଟ ସହ ଚତୁର୍ଥ ଓ ଜେମିମା 640 ପଏଣ୍ଟ ସହ ନବମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.