ETV Bharat / sports

ଇମ୍ରାନ ଖାୱଜା ଆଇସିସିର ନୂତନ ଉପାଧ୍ୟକ୍ଷ ନିର୍ବାଚିତ

author img

By

Published : Feb 4, 2021, 4:03 PM IST

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । ଇମ୍ରାନ ଖାୱଜା ଆଇସିସିର ନୂତନ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

ICC elects Imran Khwaja as Deputy Chairman
ଇମ୍ରାନ ଖାୱଜା ଆଇସିସିର ନୂତନ ଉପାଧ୍ୟକ୍ଷ ନିର୍ବାଚିତ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । ଇମ୍ରାନ ଖାୱଜା ଆଇସିସିର ନୂତନ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।

ଖାୱଜା ପୂର୍ବରୁ ସହକାରୀ ନିର୍ଦ୍ଦେଶକ ସଦସ୍ୟ ଭାବେ କାର୍ଯ୍ୟ କରିବା ପରେ, ବର୍ଷ 2008ରେ ପ୍ରଥମେ ଆଇସିସି ବୋର୍ଡକୁ ନିର୍ବାଚିତ ହୋଇଥିଲେ । 2017 ଠାରୁ ଡେପୁଟି ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଆସୁଥିଲେ ।

ଶଶାଙ୍କ ମନୋହର ଆଇସିସିର ଚେୟାରମ୍ୟାନ ପଦ ଛାଡିବାପରେ, ଗତବର୍ଷ ଖାୱଜା କାର୍ଯ୍ୟକାରୀ ଚେୟାରମ୍ୟାନ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ତେବେ ଗ୍ରେଗ ବାର୍କେଲେ ନୂଆ ସ୍ବାଧୀନ ଆଇସିସି ଚେୟାରମ୍ୟାନ ନିର୍ବାଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.